ସ୍ୱାସ୍ଥ୍ୟ

ଭାରତରେ ପହଞ୍ଚିଲା କରୋନାର ନୂଆ ଭାଇରସ୍ ‘ଡେଲ୍ଟାକ୍ରନ’, ଏହି ରାଜ୍ୟରୁ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ହ୍ରାସ ପାଇବା ପରେ ଲୋକମାନେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି, କିନ୍ତୁ ଏହାରି ମଧ୍ୟରେ ଦେଶରେ କରୋନାର ନୂଆ ଭାରିଆଣ୍ଟ ପ୍ରବେଶ କରିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଓ ଡେଲ୍ଟାରୁ ମିଳିତ ଭାବେ ସୃଷ୍ଟି ହୋଇଛି, ଯାହାର ନାଁ ଡେଲ୍ଟାକ୍ରନ ରହିଛି । ଏହି ଭାରିଆଣ୍ଟ ଏବେ ଭାରତରେ ପ୍ରବେଶ କରିଛି । ଅନେକ ରାଜ୍ୟରୁ ଡେଲ୍ଟାକ୍ରନ ମାମଲା ଚିହ୍ନଟ ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଭାରତରେ କୋଭିଡ ଜେନୋମିକ୍ସ କନସୋର୍ସିୟମ ବା ଆଇଏନଏସଏସିଓଜି ଓ ଜିଏସଏଆଇଡି ସୂଚନା ଦେଇଛି କି ଦେଶରେ ୫୬୮ ମାମଲାର ଯାଞ୍ଚ ଚାଲିଛି । ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ୨୨୧ ମାମଲାରେ ଡେଲ୍ଟାକ୍ରନ ଭାରିଆଣ୍ଟର ସଂକେତ ମିଳିଛି, ଯାହାକି ହଟସ୍ପଟ ପାଲଟିଛି । ଏହାପରେ ତାମିଲନାଡୁରେ ୯୦, ମହାରାଷ୍ଟ୍ରରେ ୩୩, ଗୁଜରାଟରେ ୩୩, ପଶ୍ଚିମବଙ୍ଗରେ ୩୨ ଓ ତେଲଙ୍ଗାନାରେ ୨୫ ଓ ନୂଆଦିଲ୍ଲୀରେ ୨୦ ମାମଲାର ଯାଞ୍ଚ ଚାଲିଛି ।
ତେବେ ଡେଲ୍ଟାକ୍ରନ ଭାଇରସ୍ କେତେ କ୍ଷତିକାରକ , ସେନେଇ ବୈଜ୍ଞାନିକଙ୍କ ରିସର୍ଚ୍ଚ ଚାଲିଛି । ୨୦୨୨ ଜାନୁଆରୀରେ ଏହି ଭାଇରସ୍ ଫ୍ୟାନ୍ସରେ ବ୍ୟାପିବା ଆରମ୍ଭ କରିଥିଲା ଓ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com