ଓଡ଼ିଶାଜାତୀୟଶିକ୍ଷା

ଓଡ଼ିଆରେ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର ୧୯/୧୨/୨୦୨୨ –   ଏଣିକି ମାତୃଭାଷା ଓଡ଼ିଆରେ ଛାତ୍ରଛାତ୍ରୀ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିପାରିବେ । ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିନିମନ୍ତେ U.G.C ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ ।  ଦେଶବ୍ୟାପୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ମାତୃଭାଷାରେ ପାଠ୍ୟକ୍ରମ ଏବଂ ପରୀକ୍ଷା ହେବ । ଜାତୀୟ ଶିକ୍ଷା ନୀତି ବା NEP ୨୦୨୦ ଅନୁଯାୟୀ ଉଭୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆଞ୍ଚଳିକ ଭାଷାକୁ ଶିକ୍ଷାର ମାଧ୍ୟମ ଭାବରେ ପରିଚିତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଅନେକ ପଦକ୍ଷେପ ସହିତ ଏହି ପଦକ୍ଷେପ ଜାରି ରହିଛି । ଏହା ପୂର୍ବରୁ ଅନେକ ରାଜ୍ୟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିଅରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମ ଆରମ୍ଭ କରିସାରିଛନ୍ତି । ଉଚ୍ଚଶିକ୍ଷା ନିୟାମକ ଭାରତୀୟ ଭାଷା ପ୍ରଚାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ବିଶେଷଜ୍ଞ ଦଳ ଭାରତୀୟ ଭାରତ ସମିତିର ସହଯୋଗରେ ଖୁବଶୀଘ୍ର ଏକ ଯୋଜନା ପ୍ରସ୍ତୁତ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com