ଓଡ଼ିଶା

ଖଲ୍ଲିକୋଟ କଲେଜର ନାମ ଫଳକ ବିକୃତିକରଣ ବନ୍ଦ କର : ବ୍ରହ୍ମପୁର କଂଗ୍ରେସ

 ବ୍ରହ୍ମପୁର, ୨୮/୦୭/୨୦୨୨- ଖଲ୍ଲିକୋଟ କଲେଜର  ଇତିହାସକୁ ସରକାର ଧ୍ଵଂସ ମୁଖକୁ ଠେଲିଦେବାକୁ ଉଦ୍ୟମ କରିଛନ୍ତି। ଏପରିକି ୧୪୪ ବର୍ଷର ପୁରୁଣା ଖଲିକୋଟ କଲେଜ ସମ୍ମୁଖରେ ଥିବା ନାମ ଫଳକ ବିକୃତିକରଣ କରିଛନ୍ତି।  କଲେଜ ସ୍ଥାନରେ ବିଶ୍ୱବିଦ୍ୟାଳୟ ଲେଖାଯାଇ ପ୍ରତିଷ୍ଠା ବର୍ଷ ୨୦୨୧ ଲେଖାଯାଇଛି। ଦେଢ ଶହ ବର୍ଷ ପୂର୍ବର ଖଲ୍ଲିକୋଟ କଲେଜ ଇତିହାସକୁ ମାଟିରେ ମିଶାଇ ନିଜର ସ୍ତୁତି ଗାନ କରିବାକୁ ହୀନ ପ୍ରଚେଷ୍ଟା କରିଛି ଶାସକ ଦଳ। ଏଭଳି ଅଭିଯୋଗ କରିଛି  ବ୍ରହ୍ମପୁର କଂଗ୍ରେସ l ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଫଳକ ଲାଗିବାରେ ଅସୁବିଧା ନାହିଁ । ଦ୍ଵିତୀୟ ଫାଟକରେ ଲଗାଯାଇ ପାରେ। ଅଗଷ୍ଟ ୪ ତାରିଖ ସୁଦ୍ଧା  ନାମଫଳକ ପୂର୍ବବତ ନ ରଖିଲେ କଲେଜ ଆଗରେ କଂଗ୍ରେସ ଦଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟା ରୁ ୧ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ l ଏହି ସାମ୍ବାଦିକ ସମ୍ମିଳନୀରେ ପୀତବାସ ପଣ୍ଡାଙ୍କ ସମେତ କଂଗ୍ରେସ ନେତା ଭୋକାଲି ସେଠୀ, ଏସ. ଦଣ୍ଡପାଣି ପାତ୍ର, ବୃନ୍ଦାବନ ଖଟେଇ, ମହେଶ୍ୱର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com