ଓଡ଼ିଶା

ଚିଲିକା ମଝିରେ ଅଟକିଲା ଭସାପୋଲ

ପୁରୀ, ୨୮/୦୭/୨୦୨୨-  ଚିଲିକା ମଝିରେ ପୁଣି ଅଟକିଲା ଭସାପୋଲ । ଫଳରେ ଯାତ୍ରା କରୁଥିବା ୬୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଫସି ରହିଛନ୍ତି । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକର ସାତପଡାରୁ ଜହ୍ନିକୁଦା ଘାଟକୁ ଯାତ୍ରା ଆରମ୍ଭ କରିଥିଲା ଭସାପୋଲ। ୫ଟି ଚାରିଚକିଆ ଗାଡ଼ି ଓ ୨୦ ରୁ ଉର୍ଦ୍ଧ୍ଵ ବାଇକ୍ ମଧ୍ୟ ଭସାପୋଲରେ ରହିଛି । ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଏହା ଅଚଳ ହୋଇଯାଇଛି । ଯାତ୍ରୀଙ୍କ ଉଦ୍ଧାର ସହ ସଜାଡିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରୟାସ ଜାରି ରଖିଛନ୍ତି । ଗତ ଜାନୁଆରୀ ମାସରେ ମଧ୍ୟ ଚିଲିକାରେ ଭସାପୋଲ ଘଣ୍ଟାଏ ସମୟ ଧରି ଫସି ରହିଥିଲା । ଫଳରେ ୬୦ରୁ ଅଧିକ ଯାତ୍ରୀ ସଙ୍କଟଜନକ ପରିସ୍ଥିତିରେ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com