ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନଏସିରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ଯୋଜନା ଭିତ୍ତିରେ ସହର ଭିତରେ ଥିବା ଖୋଲା ସ୍ଥାନକୁ ପରିଚ୍ଛନ୍ନତା ତଥା ସ୍ୱଚ୍ଛ ପରିବେଶରେ ପରିଣତ କରାଇବା ନେଇ ସରକାରଙ୍କ ପକ୍ଷରୁ ସୋନ୍ଧର୍ଯ୍ୟକରଣ ବ୍ୟବସ୍ଥା କରାଯାଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ପୁଞ୍ଜିକୟାଁ ଛକ ସମିପବର୍ତ୍ତିରେ ଥିବା ଖୋଲାସ୍ଥାନରେ କରାଯାଇଥିବା ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଜିଲ୍ଲାପାଳଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଦିଗପହଣ୍ଡି ଏନଏସି ସୌଜନ୍ୟରୂ ଆୟୋଜିତ ଏହି ସ୍ବତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏନଏସି ଅଧ୍ୟକ୍ଷା ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ସହରାଞ୍ଚଳ ବିକାଶ ପରିଷଦ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ , ଦିଗପହଣ୍ଡି ବିଡ଼ିଓ ହଳଧର ଶବର ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଉପାଧ୍ୟକ୍ଷା କେ . ପୂଜାଙ୍କ ସହ ସମସ୍ତ କାଉନସିଲର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସମଗ୍ର ଦକ୍ଷିଣ ଓଡିଶାରେ ରେଶମ ସହର ବ୍ରହ୍ମପୁରକୁ ଯୋଗାଯୋଗ ସହ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ଜାତୀୟ ରାଜପଥକୁ ଯୋଡୁଥିବା ଦିଗପହଣ୍ଡି ସମ୍ପ୍ରତି ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇଥିବାରୁ ସହରର ଉନ୍ନତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନେଇ ପ୍ରଶାସନ ସର୍ବଦା ଚେଷ୍ଟିତ ଥିବା ନଜର ରହିଛି । ଏହି ଅବସରରେ ସରକାରଙ୍କ ପକ୍ଷରୁ ଦିଗପହଣ୍ଡି ସହରକୁ ଅଧିକ ସୌନ୍ଦର୍ଯ୍ୟ ଓ ଆଲୋକିତ କରିବା ପାଇଁ ଆଜି ୫ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଅଛି । ଅନୁଷ୍ଠିତ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ମମତା କୁମାରୀ ପଣ୍ଡା , ପବିତ୍ରା ପ୍ରଧାନଙ୍କ ସମେତ ଉପାଧ୍ୟକ୍ଷା ପ୍ରତିନିଧି କେ . କୁନା , କାଉନସିଲର ସନ୍ତୋଷିନୀ ବେହେରା , ସୁଶାନ୍ତ କୁମାର ପାତ୍ର , କରିସ୍ମା ନାୟକ , ଗୈାରୀଶଙ୍କର ବେହେରା , ମାମି ବେହେରା , ସୁନୀଲ ପଣ୍ଡା , ଇ . ଗାୟତ୍ରୀ , ନୀଳମାଧବ ଗୈାଡ , ଦୀପକ କୁମାର ମିଶ୍ର , ଜ୍ୟୋତ୍ସ୍ନା ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।