ଓଡ଼ିଶା

ଏମକେସିଜିରେ ଔଷଧ ଜନିତ ପାର୍ଶ୍ୱ ପ୍ରତିକ୍ରିୟା ପ୍ରସଙ୍ଗ: ସ୍ମାରକ ପତ୍ର ଦେଲା ଜିଲ୍ଲା ବିଜେପି ହେଲଥ ସେଲ

ବ୍ରହ୍ମପୁର, ୩୦/୦୭/୨୦୨୨-  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ହସ୍ପିଟାଲ୍‌ର ମେଡ଼ିସିନ୍ ବିଭାଗ ପ୍ରଥମ ୟୁନିଟ୍‌ରେ ଥିବା କିଛି ରୋଗୀଙ୍କୁ ଶନିବାର ସକାଳ ୬ ଘଣ୍ଟା ୩୦ ମିନିଟ୍ ସମୟରେ ରୁଟିନ୍ ଇଞ୍ଜେକ୍ସନ୍ ଡୋଜ୍ ଦେବା ପରେ ୨୦ରୁ ଉର୍ଦ୍ଧ୍ବ ରୋଗୀ ଗୁରୁତର ହୋଇ ପଡ଼ିଥିଲେ । ଯାହା ଦ୍ଵାରା ରୋଗୀ ମାନଙ୍କୁ ଅକ୍ସିଜେନ୍‌ର ସହାୟତା ନେବାକୁ ପଡ଼ିଥିଲା ଏବଂ ଅଧିକାଂଶ ରୋଗୀଙ୍କ ପାଖରେ ଜ୍ଵରର ଲକ୍ଷଣ ଦେଖା ଯାଇଥିଲା । ସେତେବେଳେ ରୋଗୀଙ୍କ ପରିବାର ଲୋକମାନେ ଅଧୌର୍ଯ୍ୟ ହୋଇ ବିଭାଗୀୟ ମୁଖ୍ୟ ଡ଼ାକ୍ତରଙ୍କୁ ଖୋଜି ନିରାଶ ହୋଇଥିଲେ । ଏନେଇ ଆଜି ଅପରାହ୍ନ ସମୟରେ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାର ବରିଷ୍ଠ ନେତା ମାନଙ୍କ ସମେତ ଏକ ଦଳ ମେଡ଼ିକାଲ ପରିସରକୁ ଯାଇ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ଭେଟି ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଏହି ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ବିଜେପି ଉଚିତ୍ ପଦକ୍ଷେପ ନେବ ବୋଲି ଆଶ୍ୱାସନା ଦେଇଥିଲେ । ଏହାସହ ଉକ୍ତ ପ୍ରସଙ୍ଗକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ଦାବି କରିଥିଲେ ଯେ, ବଡ଼ ମେଡିକାଲରେ ରୋଗୀଙ୍କୁ ଦିଆ ଯାଇଥିବା ଇଞ୍ଜେକ୍ସନ ରୋଗୀଙ୍କୁ ରିଆକ୍ସନ ହୋଇଛି ଓ ସେମାନଙ୍କ ସୁସ୍ଥ ଓ ରୋଗୀଙ୍କ ପାଖରେ ଥିବା ପରିବାର ବର୍ଗଙ୍କ ରକ୍ଷଣ ସରକାର ଗ୍ରହଣ କରନ୍ତୁ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଭୂଲ୍ କରିଥିବା ବ୍ୟକ୍ତି ଓ ଔଷଧ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲା ବିଜେପି ଦାବି କରିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସ୍ଵାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଉପ ସଭାପତି ରାମ କୁମାର ପାତ୍ର, ସୁବାଷ ସାହୁ, ନୀଳକଣ୍ଠ ସାହୁ, ଶିବ ଶଙ୍କର ନାୟକ, ପ୍ରଭାତ ଷଡଙ୍ଗୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com