କ୍ରୀଡ଼ା

ଅମ୍ପାୟାରଙ୍କୁ ମାରିଲେ ଚହଲ , ସୋସିଆଲ ମିଡିଆରେ ଭିଡି଼ଓ ଭାଇରଲ

ଭୁବନେଶ୍ୱର, ୩୧/୧୦/୨୦୨୨ –  ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଅମ୍ପାୟାରଙ୍କ ସହ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍ ବିରତି ସମୟରେ ଚହଲ ଅମ୍ପାୟାରଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା । ସେ ଏକ ମଜାଳିଆ ଢଙ୍ଗରେ ଅମ୍ପାୟାରଙ୍କ ପେଟକୁ ହାତ ଏବଂ ଗୋଡ଼ରେ ମାରିଥିଲେ । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଚହଲ ଏପର୍ଯ୍ୟନ୍ତ ଟି -୨୦ ବିଶ୍ୱକପ ୨୦୨୨ ରେ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇ ନାହାଁନ୍ତି। କିନ୍ତୁ ସେ ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି। ଚହଲ ଭାରତ ପାଇଁ ଟି -୨୦ କ୍ରିକେଟରେ ୮୫ ୱିକେଟ୍ ନେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com