ଜାତୀୟ

ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନିଙ୍କ ପରଲୋକ, ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଦେଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ () ପଦ୍ମଶ୍ରୀ ପୁରସ୍କାର ସମ୍ମାନିତ ତଥା ପ୍ରସିଦ୍ଧ କଥକକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନିଙ୍କ ପରଲୋକ ହୋଇଛି। ଜାନୁଆରୀରେ ୨୬ରେ ମିଲେନା ସାଲଭିନି ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ମିଲେନା ସାଲଭିନିଙ୍କ ମୃତ୍ୟୁରେ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମିଲେନା ସାଲଭିନିଙ୍କୁ ମନେ କରି ଶ୍ରଦ୍ଧାଞ୍ଜଳୀର ଟ୍ବିଟ୍‌ ଦେଇ ଦୁଃଖ ପ୍ରକାଶ କରିଛନ୍ତି ।

ମିଲେନା ସାଲଭିନିଙ୍କର ବୁଧବାରକୁ ଦେହାନ୍ତ ହୋଇଥିଲା। ସେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ ହେଲେ ସେ ଫ୍ରାନ୍ସର ନାଗରିକ ଥିଲେ । ଅଭିନୟ କ୍ଷେତ୍ରରେ ତାଙ୍କର ବହୁତ ବଡ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ପ୍ରସିଦ୍ଧ କଥକଲି ନୃତ୍ୟଶିଳ୍ପୀ ମିଲେନା ସାଲଭିନିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଉପରାଷ୍ଟ୍ରପତି, ନେତା ସମେତ ବହୁ ବଡ ବଡ କଳାକାର ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com