ଓଡ଼ିଶା

ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଭେଟିବେ ଓଡିଶାର ୨୬ ଜଣ ବିଧାୟକ

ଭୁବନେଶ୍ୱର, ୦୧/୦୮/୨୦୨୨-  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ୨୬ ଜଣ ବିଧାୟକ । ଏଥିପାଇଁ  ଓଡିଶାର ୨୬ ଜଣିଆ ବିଧାୟକ ଦଳ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ଯିବେ । ଅଗଷ୍ଟ ୩ ତାରିଖରେ  ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ଏଥିପାଇଁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି । ୨୬ ଜଣଙ୍କ ମଧ୍ୟରେ ୧୫ ବିଜେଡି, ୬ ବିଜେପି, ଏବଂ ୩ କଂଗ୍ରେସ  ବିଧାୟକ ସାମିଲ ଅଛନ୍ତି । ଉପ ବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ସୁଦାମ ମାରାଣ୍ଡି, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି , ମୋହନ ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ । ଦ୍ରୌପଦୀଙ୍କୁ  ଭେଟିବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com