ଓଡ଼ିଶା

ହାଇୱା ଧକ୍କାରେ ୬ ବର୍ଷର ଶିଶୁ ପୁତ୍ର ମୃତ

ସାଲେପୁର, ୦୭/୦୭/୨୦୨୨- ହାଇୱା ଧକ୍କାରେ ଶିଶୁ ପୁତ୍ର ମୃତ । ସାଲେପୁର କୋର୍ଟ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ହେଲେ ପଟ୍ଟାମୁଣ୍ଡାଇ ଅଂଚଳର ବସନ୍ତ ନାୟକଙ୍କ ୬ ବର୍ଷର ପୁତ୍ର ଅମନ ନାୟକ । ମାମୁଁ ଘର ସାଲେପୁର ଲୁଣାହାର ଗାଁକୁ ଅମନ ବାପା-ମା’ଙ୍କ ସାଙ୍ଗରେ ଆସିଥିଲା । ଗୁରୁବାର ନିଜ ବାପାଙ୍କ ସାଙ୍ଗରେ ସାଲେପୁର ହାଟକୁ ଆସିଥିବା ବେଳେ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା । ସାଙ୍ଗେସାଙ୍ଗେ ତାଙ୍କୁ ସାଲେପୁର ମେଡିକାଲକୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସାଲେପୁର କୁଅଁପାଳ ରାସ୍ତାର ଲୁଣାହାର ଛକ ନିକଟରେ ଟାୟାର ଜାଳି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲା । ଏପଟେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com