ଓଡ଼ିଶା
ପୁରୀରେ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ
ପୁରୀ, ୦୧/୦୮/୨୦୨୨- ପୁରୀରେ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ । ଗୋପ ତହସିଲର ୨ ଟି ସ୍ଥାନରୁ ଏ ଗୁଡ଼ିକର ସନ୍ଧାନ ମିଳିଛି । ସର୍ଭେ ପ୍ରକ୍ରିୟା ଶେଷ ହେବା ପରେ ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜରଙ୍କ ସମେତ ୧୦ ଜଣିଆ ଟିମ୍ ପହଞ୍ଚି ଗୋପରେ ୩୭ ଜଣ ହିତାଧିକାରୀଙ୍କୁ ୧୦ କୋଟିରୁ ଅଧିକ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ସ୍ଥାନ ଚିହ୍ନଟ ପରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରି ମତାମତ ନିଆଯାଇଥିଲା । ଗୋପ ବ୍ଲକ ଅଧିନ ଗୋପ ପଂଚାୟତର କୁସୁପୁର ଓ ମହଲପଡ଼ା ପଂଚାୟତ ଚିତେରା ମୌଜାରେ ସାଟେଲାଇଟ୍ ମ୍ୟାପ୍ ଯୋଗେ ଦୁଇଟି ଜାଗାରୁ ଆଠ ଆଠ ଏକର ଲେଖାଏଁ ୧୬ ଏକର ଜାଗା ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଚିହ୍ନଟ ହୋଇଥିବା ସ୍ଥାନରେ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅଏଲ ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି ।