ଓଡ଼ିଶା

ଚିଟଫଣ୍ଡ ପ୍ରସଙ୍ଗ ନେଇ ସୋମବାର ବିଧାନସଭାରେ ହଟ୍ଟଗୋଳ ।ଅପରାହ୍ଣ ୪ଟା ଯାଏ ମୁଲତବୀ

ଗୃହରେ ଚିଟଫଣ୍ଡ ତାତି । ଏହି ପ୍ରସଙ୍ଗକୁ ନେଇ ସୋମବାର ବିଧାନସଭାରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏନେଇ ବିରୋଧୀ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବାରୁ ବିରୋଧୀ ବିଧାୟକମାନେ ଏହାର ତୀବ୍ର ବିରୋଧ କରିଥିଲେ । ସେମାନେ ଅଭିଯୋଗ କରି କହିଥି.ଲେ ଯେ ଚିଟଫଣ୍ଡ ଆଲୋଚନାକୁ ଡ଼ରୁଛନ୍ତି ସରକାର । ସରକାରୀ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଗୃହରେ ଚିଟଫଣ୍ଡ ପ୍ରସଙ୍ଗ ଆଲୋଚନା କରଯାଉନି ।  ତେବେ ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ତେବେ ବାଚଷ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ତତ୍କାଳୀନ ବାଚସ୍ପତି ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ ଚିଟଫଣ୍ଡ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିବ ନାହିଁ । ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନର ବିଷୟବସ୍ତୁ ନୁହେଁ ତେଣୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇପାରିବ ନାହିଁ । ମାତ୍ର ବାଚଷ୍ପତିଙ୍କ ଉତ୍ତରରେ ବିରୋଧୀମାନେ ସନ୍ତୁଷ୍ଟ ହୋଇନପାରି ଏନେଇ ନିର୍ଦ୍ଧିଷ୍ଟ ରୁଲିଂ ଦାବି କରିଥିଲେ । ଦୀର୍ଘ ସମୟ ଧରି ହଟ୍ଟଗୋଳ ଜାରି ରହିବାରୁ  ବାଧ୍ୟ ହୋଇ ବାଚସ୍ପତି ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଅନ୍ୟପଟେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com