ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ବଦଳିଲା ଅନେକ ନେତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମରେ ‘ହର ଘର ତିରଙ୍ଗା’ ଅଭିଯାନକୁ ଆରମ୍ଭ କରିବା ସହ ତାଙ୍କର ସବୁ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ବ୍ୟବହାର କରିଥିଲେ। ଏହା ପରେ ବିଜେପି ସମେତ ବିଭିନ୍ନ ପାର୍ଟିର ନେତାମାନେ ନିଜନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗାକୁ ସ୍ଥାନ ଦେଇଛନ୍ତି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହରଘର ତିରଙ୍ଗାକୁ ଅନେକ ପାର୍ଟି ନିଜନିଜ ହିସାବରେ ଏବେ ଆଗକୁ ବଢାଉଛନ୍ତି। ଏହି ଆଗକୁ ବଢାଇବା ଅଭିଯାନରେ ଏବେ ଦେଶର ସର୍ବ ପୁରାତନ ପାର୍ଟି କଂଗ୍ରେସ ମଧ୍ୟ ସାମିଲ ହୋଇଯାଇଛି। କଂଗ୍ରେସ ଓ ଦଳର ଅନେକ ନେତା ବୁଧବାର ନିଜନିଜ ସୋସିଆଲ ମିଡିଆ ପ୍ରୋଫାଇଲ ବଦଳେଇଛନ୍ତି। ଏଥିରେ ସେମାନେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜାବାହାରଲାଲ ନେହେରୁଙ୍କ ଜାତୀୟ ପତାକା ଫଟୋକୁ ବ୍ୟବହାର କରିଛନ୍ତି। ମୋଦି ଓ ବିଜେପି ନେତାମାନେ ସୋସିଆଲ ମିଡିଆରେ ସେମାନଙ୍କ ପ୍ରୋଫାଇଲ ବଦଳାଇବାର ଦିନକ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି, ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଓ ଜୟରାମ ରମେଶଙ୍କ ସମେତ ଅନେକ ନେତା ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି।  ଏଥିରେ ସେମାନେ  ଜବାହାରଲାଲ ନେହେରୁଙ୍କ ଫଟୋ ବ୍ୟବହାର କରିଛନ୍ତି।

ରାହୁଲ ଗାନ୍ଧି ତାଙ୍କ ଟ୍ୱିଟର ସମେତ ସବୁ ସୋସିଆଲ ମିଡିଆର ପ୍ରୋଫାଇଲ ଛବି ବଦଳାଇଛନ୍ତି। ଏଥିରେ ଆମର ତିରଙ୍ଗା ଆମ ଦେଶର ଗୌରବ, ତିରଙ୍ଗା ପ୍ରତି ଭାରତୀୟଙ୍କ ହୃଦୟରେ ରହିଛି ଉଲ୍ଲେଖ କରିଛନ୍ତି। ସେହିପରି ଜୟରାମ ରମେଶ ଟ୍ୱିଟରରେ ଜବାହାରଲାଲ ନେହେରୁ ୧୯୨୯ ଲାହୋର ଅଧିବେଶନ କାଳରେ ରାବି ନଦୀ କୂଳରେ ପ୍ରଥମେ ତ୍ରିରଙ୍ଗା ଉଡାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ପବନ ଖେଡା ଓ ସୁପ୍ରିୟା ଶ୍ରୀନେତ ସମେତ ଅନେକ ନେତା ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ବଦଳାଇବା ସହ ଆଜାଦି କା ଅମୃତ ମହୋତ୍ସବରେ ନିଜକୁ ସାମିଲ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com