ଓଡ଼ିଶା

ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’

ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ ।ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ରାତି ସାଢେ ୯ଟା ଯାଏଁ ଖୋଲା ରହିବ ସଫାରୀ । ଚାଲିବ ଟ୍ରେଲ୍‌ । ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ ।’ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲର ଉପକୃତ ହେବେ । ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।

ପର୍ଯ୍ୟଟକମାନଙ୍କ ପାଇଁ ବନ୍ୟଜୀବନ ଦେଖିବା ନିମନ୍ତେ ବହୁତ ନଜର ଘଣ୍ଟି ରହିଛି । ପଶୁ ପକ୍ଷୀମାନଙ୍କୁ ଦେଖିବାପାଇଁ କୋଚିଲବେରଣ, ପିତାଗଡିଆ ଓ ଚାରିଛକ ନଜର ଘଣ୍ଟି ଉତ୍ତମ ମାଧ୍ୟମ ହେଇଥିବା ବେଳେ, କୁମାରଖୁଣ୍ଟି ଓ ଆମ୍ବିଳଠାରେ ଥିବା ବିଶ୍ରାମ ଭବନରେ ରାତ୍ରିଯାପନର ଉତ୍ତମ ବ୍ୟବସ୍ଥା ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com