ଓଡ଼ିଶା

କେନ୍ଦ୍ରାପଡା ବତୀଘର ଅଞ୍ଚଳରେ ପ୍ରଥମ କରି ଦେଖିବାକୁ ମିଳିଛି ପେଣ୍ଟେଡ ଷ୍ଟ୍ରକ୍ ପକ୍ଷୀ

ମହାକାଳପଡା, ୦୪/୦୮/୨୦୨୨ –  କେନ୍ଦ୍ରାପଡା ବତୀଘର ଅଞ୍ଚଳରେ ଥିବା ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲ ଏବଂ ଆଖପାଖରେ ଚଳିତ ବର୍ଷ ପ୍ରଥମ କରି ବିରଳ ପ୍ରଜାତିର ପେଣ୍ଟେଡ ଷ୍ଟ୍ରକ୍ ପକ୍ଷୀ ଦେଖିବାକୁ ମିଳିଛି । ନଦୀ ନାଳ ଘେରା ଉପକୂଳବର୍ତ୍ତୀ ଅଞ୍ଚଳ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ଏଭଳି ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖି ସାଧାରଣଲୋକଙ୍କ ଠାରୁ ଆରମ୍ଭକରି ପକ୍ଷୀପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଏବଂ ଆନନ୍ଦ ଖେଳିଯାଇଛି । ସାଧାରଣତଃ ପ୍ରତିବର୍ଷ ଭିତରକନିକା ଅଭ୍ୟୟାରଣ୍ୟ ଅଂଚଳକୁ ଏହି ସମୟରେ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ । ତେବେ ମହାକାଳପଡା ବ୍ଲକର ଲୁଣା ଅଂଚଳକୁ ବହୁତ କମ୍ ପକ୍ଷୀଙ୍କ ଆଗମନ ହୋଇଥାଏ । କିନ୍ତୁ ଚଳିତ ଥର ବିରଳ ପ୍ରଜାତିର ପେଣ୍ଟେଡ ଷ୍ଟ୍ରକ୍ ଦେଖିବାକୁ ମିଳିବା ପରେ ଏହା ପରିବେଶବିତଙ୍କୁ ଉତ୍ସାହିତ କରିଛି । କେଉଁ ପରିବେଶ ଏବଂ ପରିସ୍ଥିିତ ଏହି ବିରଳ ପକ୍ଷୀକୁ ସମ୍ପୃକ୍ତ ଅଂଚଳକୁ ଆକର୍ଷିତ କଲା ତାହା ଉପରେ ଅନୁଧ୍ୟାନ ଆରମ୍ଭ ହୋଇଯାଇଛି । କାରଣ ଯାହାବି ହେଉ ଏଭଳି ପକ୍ଷୀ ମନ ମୋହୁଛି । ଲୁଣା ଜଙ୍ଗଲରେ ଏବେ ଶୁଭୁଛି ବିରଳ ପ୍ରଜାତି ପକ୍ଷୀଙ୍କ କୋଳାହଳ । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମହାକାଳପଡା ବ୍ଲକ ବତୀଘର ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରକୃତିର ନିଆରା ଅରରୂପ ସମ୍ଭାର । ଧଳା ଓ କଳା ରଙ୍ଗର ପକ୍ଷୀଙ୍କ ହଳଦିଆ ଥଣ୍ଟ, ନାଲି ମୁହଁ, ନାଲି ଗୋଡ ଦେଖଣାହାରୀଙ୍କ ମନ ମୋହୁଛି । ପ୍ରାୟ ୨ ରୁ ୩ ଫୁଟ ଉଚ୍ଚର ଏହି ପକ୍ଷୀମାନେ ଦଳ ଦଳ ହୋଇ ଖାଦ୍ୟ ଅନ୍ୱେଷଣରେ ଲୁଣା ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଛନ୍ତି । ଏଠାରୁ ମାଛ, କଙ୍କଡା, ଗେଣ୍ଡା ଇତ୍ୟାଦି ଖାଦ୍ୟ ଗ୍ରହଣ କରୁଛନ୍ତି । ଏହି ପକ୍ଷୀଗୁଡିକ ଏସିଆ ମହାଦେଶରେ ଦେଖିବାକୁ ମିଳିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com