ଓଡ଼ିଶା

ବନ ବିଭାଗ ପକ୍ଷରୁ ଚଢ଼ାଉ; ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପଟା ଓ ସାଇଜ ଜବତ

ବ୍ରହ୍ମପୁର, ୦୫/୦୮/୨୦୨୨ –  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଛଞ୍ଚାଣିଆପଲ୍ଲୀ ଗ୍ରାମ ଅନ୍ତର୍ଗତ ବନାଞ୍ଚଳରେ ବନ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି । ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ବରେ ଚଢ଼ାଉ କରି ପ୍ରାୟ ୯୬ ଘନଫୁଟ ମୂଲ୍ୟବାନ କାଠ ପଟା ଓ ସାଇଜ ଜବତ କରିଥିଲେ । କୋୖଣସି ସୂତ୍ରରୁ ଖବର ପାଇ ଡି.ଫ.ଓ.  ଛଞ୍ଚାଣିଆପଲ୍ଲୀର ସୁରତ ଖଣ୍ଡୁଆଳ ସାଇଜ କାଠ ଚୋରାରେ ବିକ୍ରି କରୁଥିବା ସୂଚନା ଦେବାସହ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚଢ଼ାଉ ବେଳେ ଏକ ପରିତ୍ୟକ୍ତ ଘରୁ ଶାଗୁଆନ, ଶାଳ, ଫାଶୀ ଓ ଆମ୍ବ ପଟା ଓ ସାଇଜ କାଠ ଜବତ କରିଥିଲେ । ମାତ୍ର ଅଭିଯୁକ୍ତ ସୁରତ  ଖସି ପଳାଇବାରେ ସଫଳ ହୋଇଥିଲେ । ଏହି ଚଢ଼ାଉରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କୁ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ନାୟକ, ହର ପ୍ରସାଦ ସାହୁ, ବନରକ୍ଷୀ ସୋନାଲି ପଣ୍ଡା, ଗୀତାଞ୍ଜଳୀ ସାହୁ ଓ ରାଜକିଶୋର ବେହେରା, ପାରା ଫରେଷ୍ଟର ଓ ଡିଭିଜନ ମୋବାଇଲ ଫୋର୍ସ ସାହାଯ୍ୟ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com