ଓଡ଼ିଶା
ମୃଦୁ ପାନୀୟରେ ନିଶା ଦେଇ ଦୋକାନୀଙ୍କୁ ଲୁଟ
ଢେଙ୍କାନାଳ, ୦୫/୦୮/୨୦୨୨ – ମୃଦୁ ପାନୀୟରେ ନିଶା ଦେଇ ଦୋକାନୀଙ୍କୁ ଲୁଟ । ଢେଙ୍କାନାଳ ରଥଗଡା ବାଜାରରେ ଘଟିଛି ଏପରି ଘଟଣା । ଶୁକ୍ରବାର ଜଣେ ଶୁଖୁଆ ଦୋକାନୀଙ୍କୁ ନିଶା ଦେଇ ୫ କେଜି ଶୁଖୁଆ ଓ ୨୫୦୦ ଟଙ୍କା ନେଇ ପଳେଇଛି ଚୋର । ଖାଲି ଏହି ଘଟଣା ନୁହେଁ ଗତ ୬ ଦିନ ଭିତରେ ୪ ଜଣ ବ୍ୟବସାୟୀଙ୍କୁ ଲୁଟ ହେଲାଣି । ଜଣେ ଯୁବକ ଏକ ଦଶ ଟଙ୍କିଆ ପ୍ଲାଷ୍ଟିକ ପାନୀୟରେ ନିଶା ମିଶାଇ ଶୁଖୁଆ ଦୋକାନୀକୁ ପିଇବାକୁ ଦେଇଥିଲା । ଦୋକାନୀ ଜଣକ ଥଣ୍ଡା ପିଇ ଦୁଇ ମିନଟ ଭିତରେ ଚେତାଶୂନ୍ୟ ହୋଇଯିବାରୁ ଟଙ୍କା ଓ ଶୁଖୁଆ ନେଇ ଚୋର ଫେରାର ହୋଇଯାଇଥିଲା । ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ବି ପୋଲିସ ଚୋରକୁ ଧରିବାରେ ବିଫଳ ହୋଇଛି । ଯେଉଁଥିପାଇଁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।