ଓଡ଼ିଶାଜାତୀୟଶିକ୍ଷାସ୍ୱାସ୍ଥ୍ୟ

ରାଜ୍ୟରେ ଆରମ୍ଭ ହେଲା ଏମବିବିଏସ ଆଉ ବିଡିଏସ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା

ଭୁବନେଶ୍ୱର, ୩୦ /୦୯/୨୦୨୨-  ଓଡ଼ିଶାରେ ଥିବା ମେଡିକାଲ୍ କଲେଜରେ ଆରମ୍ଭ ହେଲା ଏମବିବିଏସ ଆଉ ବିଡିଏସ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ପଞ୍ଜୀକରଣ କରିପାରିବେ । ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ କରିପାରିବେ।

ଏହି ପ୍ରକ୍ରିୟା ପାଇଁ ସେପ୍ଟେମ୍ବର ୩୦, ୪ଟାରୁ ଅକ୍ଟୋବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ପଞ୍ଜୀକରଣ ସମୟସୀମା ରଖାଯାଇଛି । ପ୍ରାର୍ଥୀମାନେ ନିଜର ଆବଶ୍ୟକ ନଥିପତ୍ର ଅପଲୋଡ୍ ଏବଂ ଫି ଦାଖଲ କରିବେ । ସମସ୍ତ ନଥିପତ୍ରର ଯାଞ୍ଚ ପରେ ଅକ୍ଟୋବର ୧୮ ତାରିଖ ୫ଟା ବେଳେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ନିଜର ଯୋଗ୍ୟତାକୁ ଦେଖି କରି ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହେବାକୁ ଏଥିରେ ପରାମର୍ଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ମଧ୍ୟ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com