ଜାତୀୟ

ବିଜେପି ନେତା ଶାହନବାଜ୍ ହୁସୈନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର ପାଇଁ ନିର୍ଦ୍ଦେଶ

ବିଜେପି ନେତା ତଥା ମୁଖପାତ୍ର ଶାହନବାଜ୍ ହୁସୈନଙ୍କ ବିରୋଧରେ ଯଥାଶୀଘ୍ର ଦୁଷ୍କର୍ମ ମାମଲା ଦାଏର କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ୩ ମାସ ମଧ୍ୟରେ ମାମଲାର ଯାଞ୍ଚ କରି କୋର୍ଟରେ ଦାଖଲ କରିବାକୁ ମଧ୍ୟ କୋର୍ଟ  କଡା ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ରହୁଥିବା ଜନୈକ ମହିଳା ୨୦୧୮ ରେ ଏହି ଘଟଣାରେ ନିମ୍ନ ଅଦାଲତରେ ଗୁହାରୀ କରିଥିଲେ । ପୋଲିସଠାରୁ ନିରାଶ ହେବା ପରେ ହୁସୈନଙ୍କ ବିରୋଧରେ ମାମଲା ଦାଏର କରିବାକୁ କୋର୍ଟଙ୍କୁ ଅପିଲ କରିଥିଲେ ମହିଳା । ଏହାପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ଏହି ମାମଲାରେ ହୁସୈନଙ୍କୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com