ଜାତୀୟରାଜନୀତି

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଏସପିରେ ହେବେ ସାମିଲ !

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଧରଣର ଝଟକା ଲାଗିପାରେ । କୁହାଯାଉଛି ଯେ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ଆଜି ଏସପିରେ ଯୋଗ ଦେଇପାରନ୍ତି । ଏସପି ମୁଖପାତ୍ର ଫଖରୁଲ ହାସନ ଚାନ୍ଦ ଦାବି କରିଛନ୍ତି ଯେ ଆଜି ଅପରାହ୍ନ ୪ ଟାରେ ସମାଜବାଦି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।

ଯେଉଁଥିରେ ନେତାମାନଙ୍କୁ ଦଳ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି । ତେବେ ଏହି ବୈଠକରେ ରୀତା ବହୁଗଣାଙ୍କ ପୁଅ ମୟଙ୍କ ବିଦ୍ଧିବଧ ଭାବେ ସାମିଲ କରିବାକୁ ଯୋଜନା ଚାଲିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନେତାଙ୍କ ତ୍ରୁଟି ମଧ୍ୟରେ ଦୀର୍ଘ ଦିନ ଧରି ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ଅସନ୍ତୋଷକୁ ନେଇ ଚର୍ଚ୍ଚା ହେଉଛି।

ବାସ୍ତବରେ ରୀତା ବହୁଗୁଣା ଯୋଶୀ କହିଛନ୍ତି ଯେ ତାଙ୍କ ପୁଅ ଲକ୍ଷ୍ନୌ କ୍ୟାଣ୍ଟରୁ ଟିକେଟ ମାଗିଥିଲେ । ତେବେ ଅପର୍ଣ୍ଣ ଯାଦବଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଭଳି ପରିସ୍ଥିତିରେ ଏହି ଆସନ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com