ଜାତୀୟରାଜନୀତି

ମାର୍ଗାରେଟ୍ ଆଲଭାଙ୍କୁ ସମର୍ଥନ କଲା TRS

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ବର୍ତ୍ତମାନ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଛି। ଆଉ ଏବେ ଟିଆରଏସ ଏହି ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଉପରାଷ୍ଟ୍ରପତି ନିର୍ବାଚନରେ ​​ଟିଆରଏସ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି । ଶନିବାର
ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଆଉ ଏହାର ଦିନକ ପୂର୍ବରୁ ଟିଆରଏସ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି | ପୂର୍ବରୁ ନିର୍ବାଚନରେ ​​ଦଳ ଭାଗ ନେବ ନା ନିରପେକ୍ଷ ରହିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଉ ଆଜି ଟିଆରଏସ ମୁଖ୍ୟ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପରେ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରାଯିବ ବୋଲି କୁହାଯାଇଛି। ତେବେ କଂଗ୍ରେସର ଏକପାଖିଆ ନିଷ୍ପତ୍ତିକୁ ସମାଲୋଚନା କରି ଟିଏମସି ନିରପେକ୍ଷ ରହିବାକୁ ନିଷ୍ପତ୍ତି ନେଇଛି। ତେବେ ଏହା ପୂର୍ବରୁ ଉପରାଷ୍ଟ୍ରପତି ନିର୍ବାଚନରେ ​​ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଏଏପି) ସହ ଝାଡ଼ଖଣ୍ଡର ଶାସକ ଦଳ ଜେଏମଏମ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗରେଟ ଆଲଭାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com