ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ଭେଟି : ବଢ଼ିଲା ଗୃହରକ୍ଷୀମାନଙ୍କ ଦରମା

ଭୁବନେଶ୍ୱର, ୦୭/୦୮/୨୦୨୨-  ସ୍ୱାଧିନତା ଦିବସର ଅବ୍ୟବହିତ ପୂର୍ବରୁ ଗୃହରକ୍ଷୀଙ୍କ ପାଇଁ ଆସିଛି ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରକ୍ଷୀଙ୍କୁ ଦେଇଛନ୍ତି ବଡ ଭେଟି । ଏଣିକି ଗୃହରକ୍ଷୀ ଅଧିକ ୩,୪୮୦ ଟଙ୍କା ମାସିକ ବର୍ଦ୍ଧିତ ଦରମା ପାଇବେ । ରବିବାର ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଗୃହରକ୍ଷୀ କର୍ମଚାରୀମାନଙ୍କୁ ଦେଲେ ସ୍ୱାଧିନତା ଦିବସ ଉପହାର ଭେଟି । ୩୮ ପ୍ରତିଶତ ବଢ଼ିଲା ଗୃହରକ୍ଷୀଙ୍କ ଡ୍ୟୁଟି କଲ୍ ଅପ୍ ଆଲାଉନ୍ସ । ୯ ହଜାର ଟଙ୍କାରୁ ୧୨ ହଜାର ୪୮୦ ଟଙ୍କା ହେଲା ଡ୍ୟୁଟି କଲ୍ ଅପ୍ ଆଲାଉନ୍ସ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବରୁ ଗୃହରକ୍ଷୀମାନଙ୍କୁ ଡ୍ୟୁଟି କଲ୍ ଅପ୍‌‌ ଆଲାଉନ୍ସ ଭାବରେ ମାସିକ ୯ ହଜାର ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କା ହିସାବରେ ମାସିକ ୧୨ ହଜାର ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଛଡ଼ା ଗୃହରକ୍ଷୀଙ୍କୁ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବଭଳି ମିଳିବ । । ଏହା ଘୋଷଣା ହେବା ପରେ ଗୃହରକ୍ଷୀମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି ଗୃହରକ୍ଷୀମାନେ ।

Related Articles

Back to top button
WP Twitter Auto Publish Powered By : XYZScripts.com