ଓଡ଼ିଶା

ବ୍ରଜିନ୍ଦର୍ ସିଂ ଓ ରାକ୍ଷୀ ସୱନ୍ତଙ୍କ ଗିରଫ ଦାବିକଲା ସାମାଜିକ ସଂଗଠନ ହିନ୍ଦୁସେନା

କଟକ: ମିଥ୍ୟା ପ୍ରଲୋଭନ ଦେଖାଇ ନିରୀହ ଲୋକ ମାନଙ୍କୁ ଠକୁଥିବା ତଥା ଧର୍ମାନ୍ତୀକରଣ କରୁଥିବା ବ୍ରଜିନ୍ଦର୍ ସିଂ ଓ ତାଙ୍କର ସହଯୋଗୀ ତଥା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସୱନ୍ତ୍ ଙ୍କ ନାମରେ ଅଭିଯୋଗ ଆଣିବା ସହ ବଲାଙ୍ଗୀର ରେ କରୁଥିବା କାର୍ଯ୍ୟକ୍ରମ ବନ୍ଦ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କୁ ଗିରଫ କରିବା ଦାବି କରିଛି ସାମାଜିକ ସଂଗଠନ ହିନ୍ଦୁସେନା ।

ସଂଗଠନର ସଦସ୍ୟ ମାନେ କଟକ ବକ୍ସିବଜାର ଠାରେ ଥିବା ଓଡ଼ିଶା ପୋଲିସ ମୁଖ୍ୟାଳରେ ପହଞ୍ଚି ଏକ ଦାବିପତ୍ର ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦେଇଛନ୍ତି। ଏଥିସହତ ହିନ୍ଦୁ ସେନାର କର୍ମୀମାନେ ଆହ୍ବାନ କରିଛନ୍ତି କି ଯଦି ବ୍ରଜିନ୍ଦର୍ ହାତ ମାରିକି ଅସାଧ୍ୟ ରୋଗ ଭଲ କରିଦେଉଛନ୍ତି ତେବେ କଟକ ବଡ ମେଡିକାଲ ଆସି ରୋଗୀ ମାନଙ୍କୁ ଭଲ କରିଦିଅନ୍ତୁ।

Related Articles

Back to top button
WP Twitter Auto Publish Powered By : XYZScripts.com