ଜାତୀୟ
ବରିଷ୍ଠ ନାଗରିକଙ୍କୁ ଦିଆଯାଉ ରିହାତି, ରେଲୱେକୁ ସଂସଦୀୟ କମିଟିର ସୁପାରିସ
ରେଳ ମନ୍ତ୍ରଣାଳୟ ସହ ଜଡିତ ସଂସଦୀୟ କମିଟି ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ତତ୍କାଳ ରିହାତି ପ୍ରଦାନ କରିବା ପାଇଁ ସୁପାରିସ କରିଛି। କମିଟି ଅନୁସାରେ, ଅତି କମରେ ସ୍ଲିପର ଏବଂ ଥାର୍ଡ ଏସପି କୋଚରେ ପୁଣି ଥରେ ଏହାକୁ ଲାଗୁ କରାଯିବା ଦରକାର । ରେଳ ମନ୍ତ୍ରଣାଳୟ ସ୍ଥାୟୀ ସଂସଦୀୟ କମିଟି ଅଗଷ୍ଟ ୪ରେ ନିଜର ସୁପାରିସ ଜଣାଇଛି । ନିଜ ରିପୋର୍ଟରେ କମିଟି କହିଛି, ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଲୱେ ପକ୍ଷରୁ ୪୦ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା, କିନ୍ତୁ କରୋନା ମହାମାରୀ ପରେ ଏହାକୁ ବନ୍ଦ କରି ଦିଆଯାଇଛି । ଅନ୍ୟପଟେ, ରେଳ ମନ୍ତ୍ରଣାଳୟ ନିଜର ରିପୋର୍ଟରେ କହିଛି ଯେ କରୋନା ମହାମାରୀ ସମୟକୁ ନଜରରେ ରଖି ସମସ୍ତ ଶ୍ରେଣୀର ଯାତ୍ରୀ ଙ୍କ ଯାତ୍ରା ଭଡାରେ ଦିଆଯାଉଥିବା ରିହାତିକୁ ଫେରାଇ ନିଆଯାଇଛି । ତେବେ ଏହି ଜବାବ ଉପରେ କମିଟି କହିଛି, ବର୍ତ୍ତମାନ ସମୟରେ ରେଲୱେ ସାମାନ୍ୟ ସ୍ଥିତି ଆଗକୁ ବଢୁଛି, ଏଥିପାଇଁ ଯାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ଉପରେ ପୁର୍ନବିଚାର କରିବା ଜରୁରୀ।