ଜାତୀୟମନୋରଞ୍ଜନ

ସୁଶାନ୍ତଙ୍କୁ ମନେ ପକାଇଲେ କାର୍ତ୍ତିକ, କହିଲେ-ତାରା ସବୁବେଳେ ଚମକୁଥାଏ

ମୁମ୍ୱାଇ : ସିନେମା ଜଗତର ଏକ ଚମକୁଥିବା ଉଜ୍ଜ୍ୱଳ ତାରକା ସୁଶାନ୍ତ ୧୪ ଜୁନ୍‌ ୨୦୨୦ରେ ସବୁ ଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ।  କେବଳ ସୋସିଆଲ ମିଡିଆରେ ହିଁ ନୁହେଁ, ବାସ୍ତବରେ ଅନେକ ପ୍ରଶଂସକ ତାଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ। ସୁଶାନ୍ତ ସିଂଙ୍କ ହଠାତ୍ ପରଲୋକ ହେବାର ଖବରକୁ କେହି ବିଶ୍ୱାସ କରିପାରୁ ନଥିଲେ । ଏହାରି ଭିତରେ ଗତକାଲି ଅର୍ଥାତ୍‌ ମଙ୍ଗଳବାର ଦିନ ତାଙ୍କର ଦ୍ୱିତୀୟ ମୃତ୍ୟୁ ବାର୍ଷିକୀ ହୋଇଥିଲା। ଏହି ଅବସରରେ ସୁଶାନ୍ତଙ୍କ ବନ୍ଧୁ ସହ ତାଙ୍କ ଫ୍ୟାନ୍ସ ଫଲୋର୍ସ ଅନେକ ବଡ ବଡ ସେଲେବ୍‌ମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ମନେ ପକାଇଛନ୍ତି।

 

View this post on Instagram

 

A post shared by KARTIK AARYAN (@kartikaaryan)

କାର୍ତ୍ତିକ ଆର୍ଯ୍ୟନ୍ ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ କରିଛନ୍ତି। କାର୍ତ୍ତିକ ସୁଶାନ୍ତଙ୍କର ଏକ ହସୁଥିବାର ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ତାରା ସବୁବେଳେ ଉଜ୍ଜ୍ୱଳ ରୁହେ, ସେମାନେ ଯେଉଁଠାରେ ଥାଆନ୍ତି ସବୁବେଳେ ଚମୁକୁଥାନ୍ତି।’ କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଟ୍ୱିଟକୁ ତାଙ୍କର ଏବଂ ସୁଶାନ୍ତଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Sara Ali Khan (@saraalikhan95)

କହିବାକୁ ଗଲେ କାର୍ତ୍ତିକଙ୍କ ବ୍ୟତୀତ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ତାଙ୍କୁ ମନେ ପକାଇଛନ୍ତି। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀରେ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳିଥିଲା । ସୁଶାନ୍ତଙ୍କ ଥ୍ରୋବ୍ୟାକ୍‌ର ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ ତୁମକୁ ପ୍ରତିଦିନ ମନେ ପକାଉଛି । ଏହା ବ୍ୟତୀତ ସାରା ମଧ୍ୟ ସୁଶାନ୍ତଙ୍କ ଫଟୋ ସେୟାର କରି ସୁନ୍ଦର କ୍ୟାପସନ ଲେଖିଛନ୍ତି । ଏହି ସବୁ ପୋଷ୍ଟ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com