ଜାତୀୟରାଜନୀତି

ନୀତିଶ ମୁଖ୍ୟମନ୍ତ୍ରୀ ଓ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ବୁଧବାର ଆରଜେଡି ସହ ମେଣ୍ଟ କରି ଅଷ୍ଟମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ଏହା ସହିତ ଆରଜେଡି ନେତା ଏବଂ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ତେଜସ୍ୱୀ ଗୃହ ବିଭାଗ ମଧ୍ୟ ଚାହିଁଛନ୍ତି । ରାଜ୍ୟପାଳ ଫାଗୁ ଚୌହାନ ରାଜ ଭବନରେ ଉଭୟ ନେତାଙ୍କୁ ଶପଥ ପାଠ କରାଇଛନ୍ତି । ୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ | ଏହାପରେ ୨୦୦୫, ୨୦୧୦, ୨୦୧୫ ଫେବ୍ରୁଆରି ୪, ୨୦୧୫ ନଭେମ୍ବର ୫, ୨୦୧୭  ଏବଂ ୨୦୨୦ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ। ତାଙ୍କର ରାଜନୈତିକ ଖେଳ ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ବିହାରରେ ହୋଇଥିବା ନୂଆ ସରକାରରେ ୩୫ ମନ୍ତ୍ରୀ ରହିବେ । ଏହି ମନ୍ତ୍ରୀମଣ୍ଡଳରେ କଂଗ୍ରେସ ଓ ଅନ୍ୟ ସଦସ୍ୟ ବି ସ୍ଥାନ ପାଇବେ । ଏଥିରେ ଆରଜେଡିର ୧୬, ଜେଡିୟୁର୧୩, କଂଗ୍ରେସର ୪ ବିଧାୟକ ଓ ହାମର ଜଣେ ବିଧାୟକ ମନ୍ତ୍ରୀ ପଦର ଶପଥ ନେବେ ବୋଲି କୁହାଯାଉଛି । ନୂଆ ସରକାର ପାଇଁ ୭ଟି ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ କହିଛନ୍ତି ।  ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ସମାରୋହରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ, ତେଜ୍ ପ୍ରତାପ ଯାଦବ, ତେଜସ୍ବୀ ଯାଦବଙ୍କ ପତ୍ନୀଙ୍କ ସମେତ ଆରଜେଡିର ବରିଷ୍ଠ ନେତା, ବିଧାୟକ ଏବଂ ସାଂସଦ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com