Featuredଜାତୀୟରାଜନୀତି

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ଜୟଶଙ୍କର

ଗୁଜରାଟର ୩ ଆସନ ପାଇଁ ହେବ ନିର୍ବାଚନ, କଂଗ୍ରେସ ଦେବନି ପ୍ରାର୍ଥୀ!

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ଗୁଜରାଟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ରିଟର୍ଣ୍ଣିଂ ଅଫିସର ରିତା ମେହତାଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ନାମାଙ୍କନ ପତ୍ର ଦେଇଛନ୍ତି। ନାମାଙ୍କନପତ୍ର ଦାଖଲବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍‌ ପାଟିଲ୍‌ଙ୍କ ସମେତ ଦଳର ନେତାମାନେ ଜୟଶଙ୍କର ସହ ଯାଇଥିଲେ। ରାଜ୍ୟସଭା ପାଇଁ ନାମାନଙ୍କନ ପତ୍ର ଦାଖଲ ତାରିଖ ଜୁଲାଇ ୧୩ ତାରିଖ ହୋଇଥିବା ବେଳେ ପ୍ରତ୍ୟାହାର ତାରିଖ ଜୁଲାଇ ୧୭ ରଖାଯାଇଛି। ସେହିପରି ଆବଶ୍ୟକ ସ୍ଥଳେ ଜୁଲାଇ ୨୪ରେ ନିର୍ବାଚନ କରାଯିବ ବୋଲି ସୂଚନା ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୪ ବର୍ଷ ପୂର୍ବେ ମଧ୍ୟ ଜୟଶଙ୍କର ଗୁଜରାଟରୁ ହିଁ ପ୍ରଥମ କରି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥର ନାମାଙ୍କନ ପତ୍ର ଭରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୁଜରାଟର ସମସ୍ତ ବିଜେପି ନେତା ଓ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଏସ୍. ଜୟଶଙ୍କର।

ଜୟଶଙ୍କର କହିଛନ୍ତି ଯେ ଭାରତର ବିଦେଶ ନୀତିରେ ଅନେକ ପରିବର୍ତ୍ତନ ହୋଇଛି। ସେଥିରେ ମୁଁ ଯୋଗଦେଇ ଖୁସି ଅଛି। ଆଗକୁ ମଧ୍ୟ ଯେଉଁସବୁ ପରିବର୍ତ୍ତନ ହେବ ସେଥିରେ ଯୋଗ ଦେବାକୁ ମୋତେ ସୁଯୋଗ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସୂଚନା ଥାଉକି ଗୁଜରାଟର ୧୧ଟି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ପାଖରେ ୮ଟି ଆସନ ଥିବା ବେଳେ ବାକି ୩ କଂଗ୍ରେସ ପାଖରେ ରହିଛି। ବିଜେପି ପାଖରେ ଥିବା ୮ ଆସନ ମଧ୍ୟରୁ ଏସ.ଜୟଶଙ୍କର, ଜୁଗଳଜୀ ଠାକର ଓ ଦିନେଶ ଅନବଦ୍ୟଙ୍କର କାର୍ଯ୍ୟକାଳ ଅଗଷ୍ଟ ୧୮ ତାରିଖରେ ସରୁଛି। ଏହି ୩ ଆସନ ପାଇଁ ନିର୍ବାଚନ ହେବ। ଏପଟେ ଫାଙ୍କା ଥିବା ୩ ଆସନ ପାଇଁ ପ୍ରାର୍ଥୀ ଦେବାକୁ ମନା କରିଛି କଂଗ୍ରେସ। କାରଣ ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ଦଳୀୟ ବିଧାୟକ ସଂଖ୍ୟା ଯଥେଷ୍ଟ ନଥିବାରୁ କଂଗ୍ରେସ ପ୍ରାର୍ଥୀ ଦେବାକୁ ମନା କରିଛି। ତେଣୁ ବିଜେପି ଏଠି ଯେଉଁ ୩ ପ୍ରାର୍ଥୀ ଦେବ, ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ଗତବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୧୫୬ ଆସନ ଜିତି ରେକର୍ଡ କରିଥିଲା। ଅନ୍ୟପଟେ କଂଗ୍ରେସ ମାତ୍ର ୧୭ଟି ଆସନରେ ବିଜୟୀ ହୋଇଥିଲା। ଗୁଜରାଟ୍‌ ନିର୍ବାଚନ ଲାଗି ଖୁବ୍‌ ଲାଗିପଡ଼ିଥିବା ଆପ୍ ମାତ୍ର ଗୋଟିଏ ଆସନ ଜିତିଥିଲା।

S Jayashankar from Gujarat

Related Articles

Back to top button
WP Twitter Auto Publish Powered By : XYZScripts.com