ଅନ୍ତର୍ଜାତୀୟଜାତୀୟ

ଭେଣ୍ଟିଲେଟରରେ ବିଶିଷ୍ଟ ଲେଖକ ସଲମାନ୍ ରୁଶଦୀ

ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶ୍‌ଦିଙ୍କ ଉପରେ ଶୁକ୍ରବାର ଦିନ ନ୍ୟୁୟର୍କରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀକୁ ପୁଲିସ କାବୁ କରିଥିବା ବେଳେ ତାର ପରିଚୟ ଜଣାପଡ଼ି ନାହିଁ। ଆକ୍ରମଣ ପଛର କାରଣ ମଧ୍ୟ ଜଣାପଡ଼ି ନାହିଁ। ତେବେ ଏକ ବିବାଦୀୟ ପୁସ୍ତକ ପାଇଁ ୧୯୮୯ରୁ ତାଙ୍କୁ ହତ୍ୟା ଧମକ ମିଳୁଥିଲା।  ଶୁକ୍ରବାର ଦିନ ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। ଚୌତୌକ୍ବାସ୍ଥିତ ଚୌତୌକ୍ବା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦି ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିଲା। ସ୍ଥାନୀୟ ସମୟ ଦିନ ୧୧ଟା (ଭାରତୀୟ ସମୟ ସନ୍ଧ୍ୟା ୮ଟା ୩୦)ରେ ଏହି ଆକ୍ରମଣ ହୋଇଥିଲା। ତାଙ୍କ ବେକରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ହେଲିକପ୍ଟରରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ହେଲିକପ୍ଟର ପର୍ୟ୍ୟନ୍ତ ତାଙ୍କୁ ଷ୍ଟ୍ରେଚରରେ ଅଣାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ତାଙ୍କୁ ଆକ୍ରମଣକାରୀ ମଞ୍ଚରେ ୧୫/୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ମଞ୍ଚରେ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ତେବେ ଆକ୍ରମଣକାରୀକୁ ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତିମାନେ ଧରି ପକାଇଥିଲେ। ନ୍ୟୁୟର୍କ ପୁଲିସ ଆକ୍ରମଣକାରୀକୁ ନିଜ ହେପାଜତକୁ ନେଇଛି। ରୁଶଦିଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ସେହିଭଳି ଆକ୍ରମଣ ପଛର ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com