ଅନ୍ତର୍ଜାତୀୟଜାତୀୟ

ମଙ୍କିପକ୍ସ ରୋଗର ନାମ ପରିବର୍ତ୍ତନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସ ରୋଗର ନାମ ପରିବର୍ତ୍ତନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ବୈଠକ କରିବାକୁ ଯାଉଛି । ଯେଉଁଥିରେ ମଙ୍କିପକ୍ସ ରୋଗର ନାମ ପରିବର୍ତ୍ତନକୁ ନେଇ ଆଲୋଚନା କରାଯିବ । ଏଥିସହିତ ମଙ୍କିପକ୍ସର ନୂଆ ନାମ ପାଇଁ ସାଧାରଣ ଜନତାଙ୍କ ମତ ମଧ୍ୟ ନିଆଯିବ । ତେବେ ମଙ୍କିପକ୍ସ ରୋଗର ନାମ ପରିବର୍ତ୍ତନର ପ୍ରକୃତ କାରଣ ହେଉଛି , ନିକଟରେ କିଛି ସମାଲୋଚକ ଏହି ରୋଗର ନାମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ମଙ୍କିପକ୍ସ ରୋଗର ନାମଟି ଏକ ଜାତି ପାଇଁ ଅପମାନ ଜନକ ହୋଇପାରେ । ଏଥିପାଇଁ ଏହି ନାମକୁ ପରିବର୍ତ୍ତନ କରିବା ଉଚିତ୍ । କୌଣସି ସାଂସ୍କୃତିକ, ସାମାଜିକ, ଜାତୀୟ, ଆଞ୍ଚଳିକ, ବୃତ୍ତିଗତ କିମ୍ବା ଅନୁସୂଚିତ ଜନଜାତିକୁ ଆଘାତ ଦେବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଉଦ୍ଦେଶ୍ୟ ନୁହେଁ । ତେଣୁ WHO ର କହିବା ଅନୁଯାୟୀ ଏହି ସପ୍ତାହରେ ବୈଜ୍ଞାନିକମାନଙ୍କ ଏକ ବୈଠକ ପରେ ମଙ୍କିପକ୍ସ ରୋଗର ନାମ ପରିବର୍ତ୍ତନ କରାଯାଇ ନୂତନ ନାମକରଣ ହେବ । ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଅଗଷ୍ଟ ୧୩ ତାରିଖରେ ଏକ ବିବୃତ୍ତିରେ କହିଛି ଯେ ସେ ଏପରି ବିବାଦରୁ ବଞ୍ଚିବା ପାଇଁ ଭୌଗଳିକ କ୍ଷେତ୍ର ପରିବର୍ତ୍ତେ ରୋମାନ ଅଙ୍କର ବ୍ୟବହାର କରିଥାନ୍ତି । ଗତ ୩ ମାସ ମଧ୍ୟରେ ଏହି ରୋଗ ପାଖାପାଖି ୧୦୦ରୁ ଅଧିକ ଦେଶକୁ ବ୍ୟାପି ସାରିଛି । ଯେଉଁଥିରେ ପ୍ରାୟ ୩୧୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com