ଓଡ଼ିଶା
ଭଟ୍ଟାରିକା ପୀଠରେ ୧୪୪ ଧାରା ଲାଗୁ
![](https://i0.wp.com/odia.mobilenews24x7.com/wp-content/uploads/2022/08/Bhitarakanika-Temple-.jpg?resize=710%2C362&ssl=1)
ଆଠଗଡ଼, ୧୫/୦୮/୨୦୨୨- କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ବନ୍ୟାରେ ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି ।
ହୀରାକୁଦରେ ୩୪ ଗେଟ୍ ଖୋଲିବା ଦ୍ୱାରା ମହାନଦୀରେ ଏବଂ ଏହାର ଶାଖାନଦୀଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି । ଏସବୁ ଭିତରେ ରବିବାର ଭଟାରିକା ପୀଠର ବେଢାରେ ବନ୍ୟାଜଳ ପ୍ରବେଶ କରିଥିଲା । ବନ୍ୟାଜଳକୁ ଦେଖିବା ଲାଗି ଭଟ୍ଟାରିକା ପୀଠରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି କଟକଣା ସମୟରେ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ପରିସରକୁ ଯିବାକୁ ଅନୁମତି ନାହିଁ, ଯଦି କେହି ଏହି ନିୟମକୁ ଅବମାନନା କରନ୍ତି । ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ବଡ଼ମ୍ବା ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।