Featuredଜାତୀୟ

ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଦେଖାଇଲେ ମିଳିବ ପେଟ୍ରୋଲ, ଡିଜେଲ

ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନାହିଁ ତ ପେଟ୍ରୋଲ ନାହିଁ। ଏଣିକି ପେଟ୍ରୋଲ ପମ୍ପରେ PUC ସାର୍ଟିଫିକେଟ୍‌ ନଦେଖାଇଲେ ପେଟ୍ରୋଲ ଓ ଡିଜେଲ ପକାଇ ପାରିବେ ନାହିଁ। ବାୟୁ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ପରିବେଶ, ପରିବହନ ଏବଂ ଟ୍ରାଫିକ ବିଭାଗର ଅଧିକାରୀଙ୍କ ସହ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ପ୍ରମୁଖ କାରଣ ହେଉଛି ଯାନବାହାନରୁ ନିର୍ଗତ ଧୂଆଁ। ଏହାକୁ ହ୍ରାସ କରିବା ଜରୁରୀ। ତେଣୁ ନିଷ୍ପତ୍ତି ନିଆଯାଇଛି ଯେ, ଗାଡ଼ିର ପଲ୍ୟୁସନ୍‌ ସାର୍ଟିଫକିଟ୍‌ ନଥିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ୍‌ ପକାଇ ପାରିବେ ନାହିଁ। ଅକ୍ଟୋବର ୨୫ରୁ ଏହି ନିୟମ ଲାଗୁ କରାଯିବ।

Related Articles

Back to top button