ଓଡ଼ିଶାଜାତୀୟଶିକ୍ଷା

ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର, ୧୬/୦୮/୨୦୨୨-    ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍ ଏସି ଓ ବ୍ଳକର ବିଭିନ୍ନ ସରକାରୀ  ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୬ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଦିଗପହଣ୍ଡି ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ବଜାରସାହି ସ୍ଥିତ ଗାନ୍ଧୀ ଛକଠାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ନେତୃତ୍ୱରେ ଦିଗପହଣ୍ଡି ପୈାର ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ନୂତନ ବସଷ୍ଟାଣ୍ଡ ଓ ସ୍ଥାନୀୟ ଏନ୍ ଏସି କାର୍ଯ୍ୟାଳୟରେ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । ସେହିପରି ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ , ପୋଲିସ ଥାନା , ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ , ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ, ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ , ଦିଗପହଣ୍ଡି କୋର୍ଟ , ଘୋଡାହଡ ଜଳସେଚନ ବିଭାଗ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ,ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସ୍ଥାନୀୟ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ଭୀଷ୍ମଗିରି , ବମକୋଇ, ସହଦେବ ଟିକରପଡା ସମେତ ବ୍ଳକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକରେ ଏହି ଦିବସକୁ ମହା ସମାରୋହରେ ପାଳିତ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com