ଓଡ଼ିଶା

ଥମିନି ବନ୍ୟା ପାଦୁର୍ଭାବ ସୃଷ୍ଟି ହେଲା ଆଉ ଏକ ଲଘୁଚାପ , ଆଜିଠାରୁ ରାଜ୍ୟରେ ବିସ୍ତୃତ ବର୍ଷା

ବନ୍ୟା ବିତ୍ପାତ କମିନଥିବା ବେଳେ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଆଉ ଏକ ଲଘୁଚାପ । ଗୁରୁବାର ତ୍ତର-ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ସୁଦୃଶ ଲଘୁଚାପ ଓ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଆଜି ଠାରୁ ରାଜ୍ୟରେ ବିସ୍ତୃତ ବର୍ଷା ହେବ । ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ । ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com