ଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ଦମନ ଯୋଜନା ବଢିଲା ଅଧିକ ୫ ବର୍ଷ

ଭୁବନେଶ୍ୱର, ୨୨/୧୦/୨୦୨୨-   ବଢିଲା ଦମନ ସମୟସୀମା । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ କରାଯାଉଥିବା ‘ଦମନ’ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଆଉ ୫ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟର ୬ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାକୁ ମିଶାଇ ସମୁଦାୟ ୨୧ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ରାଜ୍ୟର ୨୪ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯାଉଥିଲା । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ଦମନ’ କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ମ୍ୟାଲେରିଆ ଆଶାତୀତ ଭାବେ ହ୍ରାସ ପାଉଛି । ଏପରିକି ବାର୍ଷିକ ପାରାସାଇଟ୍ ଇଣ୍ଡେକ୍ସରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ୨୦୨୦ ମସିହାରେ ଗୋଟିଏ ଜିଲ୍ଲାରେ ଏପିଆଇ ୧୦ ଉପରେ ଥିବା ବେଳେ ଏବେ ତାହା ଶୂନକୁ ଖସି ଆସିଛି । ରାଜ୍ୟର ୧ରୁ କମ୍ ଏପିଆଇ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଂଖ୍ୟା ୨୭୩ରୁ ୨୮୫କୁ ବୃଦ୍ଧି ପାଇଛି । ‘ଦମନ’ କାର୍ଯ୍ୟକ୍ରମ ଅନୁଯାୟୀ ବର୍ଷକୁ ଦୁଇଥର ସ୍କ୍ରିନିଂ, ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ରାଜ୍ୟର ୨୧ଟି ଜିଲ୍ଲାରେ ଏପିଆଇକୁ ୦.୦୫କୁ ହ୍ରାସ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ୨୦୨୧/୨୨ରୁ ୨୦୨୫/୨୬ ପର୍ଯ୍ୟନ୍ତ ୨୧ଟି ଜିଲ୍ଲା ପାଇଁ ୫୦ କୋଟି ଟଙ୍କା ଅଟକଳ କରାଯାଇଛି । ଆସନ୍ତା ୫ ବର୍ଷ ଭିତରେ ‘ଦମନ’ କାର୍ଯ୍ୟକ୍ରମ କିଭଳି ଚାଲିଛି ତାହାର ୨୦୨୩/୨୪ରେ ଆରଏମ୍‌ଆରସି ପକ୍ଷରୁ ଏକ ମଧ୍ୟବର୍ତ୍ତୀ କାଳୀନ ସମୀକ୍ଷା କରିବ ଆରଏମ୍‌ଆରସି ।

Related Articles

Back to top button
WP Twitter Auto Publish Powered By : XYZScripts.com