ଜାତୀୟଭାଇରାଲ୍ ଭିଡିଓମନୋରଞ୍ଜନ

ବିବାହ ଗୁଜବକୁ ନେଇ ପ୍ରତିକ୍ରିୟା ରଖିଲେ ଅର୍ଜୁନ

ଅର୍ଜୁନ ଏବଂ ମଲାଇକା ଚଳିତ ବର୍ଷ ଶେଷ ଆଡକୁ ବିବାହ କରିବା ନେଇ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ନଭେମ୍ବର ଏବଂ ଡିସେମ୍ବରରେ ବିବାହ କରିପାରି ପାରନ୍ତି । ପୋଷାକ ଠାରୁ ଆରମ୍ଭ କରି ଅନ୍ୟ ସବୁ ପାଇଁ ପ୍ଲାନିଂ ମଧ୍ୟ କଲେଣି । ତେବେ ଏହା ଏକ ଗୁଜବ । ମଲାଇକା ଆରୋରାଙ୍କ ସହ ତାଙ୍କ ବିବାହ ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମର କାହାଣୀକୁ ନେଇ ଲେଖିଛନ୍ତି, ମୋ ଜୀବନରେ ଭଲପାଇବାର ଅର୍ଥ କଣ ତା ମୋଠାରୁ ଅଧିକ ଅନ୍ୟମାନେ ଜାଣିପାରୁଛନ୍ତି । “ଅର୍ଜୁନ ଏବଂ ମଲାଇକା ଅତୀତରେ ବିବାହ ବିଷୟରେ ଆଲୋଚନା କରିଛନ୍ତି। ମଲାଇକା ଆରୋରା ଏବଂ ଅର୍ଜୁନ କପୁର ତିନି ବର୍ଷରୁ ଅଧିକ ସମୟ ପରସ୍ପରକୁ ଡେଟ କରୁଛନ୍ତି। ଦୁହେଁ ଏହାକୁ ୨୦୧୯ ରେ ଇନଷ୍ଟାଗ୍ରାମ ଅଫିସିଆଲ୍ କରିଥିଲେ । ବାସ୍ତବରେ ୨୦୨୧ ମସିହାରେ ସେମାନେ ଏକ ଅନ୍ତରଙ୍ଗ ରିଙ୍ଗ ବିନିମୟ ସମାରୋହ କରିବେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ମହାମାରୀ ଯୋଗୁଁ ତାହା ହୋଇ ନଥିଲା। ମଲାଇକା ଏବଂ ଅର୍ଜୁନ ପରସ୍ପର ପ୍ରତି ପ୍ରଶଂସା ବିଷୟରେ ସର୍ବଦା କହିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com