ଜାତୀୟମନୋରଞ୍ଜନ

‘ଦ କାଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ମୁହଁ ଖୋଲିଲେ ଅଜୟ ଦେବଗନ୍‌, କହିଲେ- କାହାଣୀ ତ ଆମେ ପ୍ରସ୍ତୁତ କରୁ..

ନୂଆଦିଲ୍ଳୀ : କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାଦାୟକ ଇତିହାସକୁ ଦର୍ଶାଉଥିବା ଫିଲ୍ମ ‘କାଶ୍ମୀର ଫାଇଲ୍ସ’ଖୁବ୍‌ ଚର୍ଚ୍ଚାରେ। ଯାହା ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି । ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ରିଲିଜ୍ ହେବାର ଦୁଇ ସପ୍ତାହ ବିତିଗଲାଣି ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଫିଲ୍ମକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ହେଲେ ବଲିଉଡର ଅଭିନେତା ଅଜୟ ଦେବଗନ୍ ବର୍ତ୍ତମାନ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ରନୱେ ୩୪ର ଟ୍ରେଲର ଲଞ୍ଚ ସମୟରେ ଅଜୟ ଦେବଗନ୍ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମର ସଫଳତା ଉପରେ ନିଜର ମତ ଦେଇଛନ୍ତି ।
ରନୱେ ୩୪ର ଟ୍ରେଲର ଲଞ୍ଚରେ ଅଜୟ ଦେବଗନଙ୍କୁ କାଶ୍ମୀର ଫାଇଲର ସଫଳତାର ରହସ୍ୟ ବିଷୟରେ ପଚରାଯାଇଥିଲା । କୁହାଯାଇଥିଲା କି ବର୍ତ୍ତମାନ କେବଳ ପ୍ରକୃତ ଘଟଣା ଉପରେ ଆଧାରିତ କାହାଣୀକୁ ନେଇ ଦର୍ଶକଙ୍କୁ ଥିଏଟରକୁ ଆଣିପାରିବ କି? ଏହି ପ୍ରଶ୍ନ ଉପରେ ଅଜୟ ଦେବଗନ କହିଛନ୍ତି, ‘ନା ନା, ସେମିତି କିଛି ନୁହେଁ, ଏହା କେବଳ ଭାରତରେ ହିଁ ନୁହେଁ .. ଏହା ସମଗ୍ର ବିଶ୍ୱରେ ଅଛି। ଯେପରି ମୁଁ ଦି ଲିଜେଣ୍ଡ୍ ଅଫ୍ ଭାଗବତ ସିଂ ଭଳି ଚଳଚ୍ଚିତ୍ରରେ କରିସାରିଛି । କିଛି କାହାଣୀ ଏତେ ପ୍ରେରଣାଦାୟକ ଥାଏ ଏବଂ ବେଳେବେଳେ ସତ୍ୟତା ରହିପାରେ ।
ଅଜୟ ଦେବଗନ୍ ଆହୁରି ମଧ୍ୟ କହିଛନ୍ତି, କିଛି ଘଟଣା ଏପରି ହୋଇଥାଏ ‘ପ୍ରକୃତ ଘଟଣାକୁ ଖୋଜିବା ପାଇଁ ଧାରଣା ନୁହେଁ … ବରଂ ଏହା ଶୁଣିବେ ସେତେବେଳେ ଆପଣ ଅନୁଭବ କରିବେ ଯେ ଏହି ଅସାଧାରଣ ଘଟଣା ସତରେ ଘଟିଛି । ଏହାର ସତ୍ୟତା ବିଶ୍ବକୁ ପ୍ରକାଶ କରାଯିବା ଉଚିତ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com