ଜାତୀୟ

ବିଭିନ୍ନ ରାଜ୍ୟରେ ଭୂ-ସ୍ଖଳନ , ହିମାଚଳରେ ସର୍ବାଧିକ ୨୦ ମୃତ ୬ ନିଖୋଜ

ହିମାଚଳ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ପ୍ରଭାବରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ବାଦଲଫଟା ବର୍ଷାରେ ମଣ୍ଡି, ଚମ୍ବା ଏବଂ କାଙ୍ଗରା ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି  । ୬ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳୁନାହିଁ । ମୃତକଙ୍କ ମଧ୍ୟରେ ମଣ୍ଡି ଜିଲ୍ଲାର ଗୋଟିଏ ପରିବାରର ୮ ଜଣ ଥିବା ଜଣାପଡିଛି  । ସେପଟେ ଲଗାଣ ବର୍ଷାରେ ଭାସିଗଲା ରେଳ ଓଭରବ୍ରିଜ  । ଏହି ବ୍ରିଜ ଯୋଗୁଁ ହିମାଚଳ ଏବଂ ପଞ୍ଜାବ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେବ ସହ ବିଭିନ୍ନ ସ୍ଥାନରେ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି  । ମଣ୍ଡିର ଥୁନାଗ ବଜାରରେ ୬୦ ଦୋକାନ ଏବଂ ୩୦ଟି ଘର ଭାଙ୍ଗିଯାଇଥିବା ଜଣାପଡିଛି  । ବିପର୍ଯ୍ୟରେ ହୋଇଥିବା ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଥିଲେ। ଯୋଗାଯୋଗ ସୁଧାରିବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।” ପ୍ରବଳ ବର୍ଷା ଯୋଗୁ ମାଟିଅତଡ଼ା ଖସିବା ନେଇ ରାଜ୍ୟ ବିପର୍ଯ୍ୟ ପରିଚାଳନା ବିଭାଗ ପକ୍ଷରୁ ଅଗଷ୍ଟ ୨୫ ଯାଏ ସତର୍କ ସୂଚନା ଜାରି କରାଯାଇଛି।

ସେହିପରି ପାହାଡୀ ରାଜ୍ୟ ଉତ୍ତରାଖଣ୍ଡ ମଧ୍ୟ ବନ୍ୟା ତାଣ୍ଡବରୁ ବର୍ତ୍ତି ପାରିନାହିଁ  । ବନ୍ୟାରେ ଭାସିଯାଇ ୪ ଜଣ ପ୍ରାଣ ହରାଇ ଥିବାବେଳେ ୧୨ ଜଣଙ୍କ ମିଳୁନି ପତ୍ତା  । ଅନେକ ନଦୀରେ ବନ୍ୟା ଆସିବା ସହ ପୋଲ ଆଉ ରାସ୍ତା  ଭାଙ୍ଗିଯାଇଛି । ୪ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା ହେଲିକପ୍ଟର  । ତିନି ଜାତୀୟ ରାଜପଥ ସମେତ ୨୫୦ଟି ମାର୍ଗରେ ଗାଡି ଚଳାଚଳ ବନ୍ଦ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com