ଜାତୀୟ
ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ପତ୍ନୀଙ୍କୁ ମିଳିଲା ବେଲ୍
ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟାମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କ ପତ୍ନୀ ପୁନମ ଜୈନଙ୍କୁ ବେଲ୍ ମିଳିଛି। ମଙ୍ଗଳବାର ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟ ପୁନମ ଜୈନ୍ଙ୍କୁ ବେଲ୍ ଦେଇଛନ୍ତି। ତେବେ କେବଳ ପୁନମ ନୁହଁନ୍ତି, ସ୍ୱାମୀ ସତୈନ୍ଦ୍ର ଜୈନ୍ ମଧ୍ୟ ପୁଣିଥରେ ଏକ ନୂଆକରି ବେଲ୍ ଆବେଦନ କରିଛନ୍ତି। ଶନିବାର(ଅଗଷ୍ଟ୨୭)ରେ ତାଙ୍କ ବେଲ୍ ଆବେଦନ ନେଇ ଶୁଣାଣି ହେବ। ସେହିପରି ମାମଲାର ସହ ଅଭିଯୁକ୍ତ ଅଙ୍କୁଶ ଓ ବୈଭବ ଜୈନ୍ଙ୍କର ବେଲ୍ ଆବେଦନ ମଧ୍ୟ ଅଗଷ୍ଟ ୨୭ ତାରିଖରେ ଶୁଣାଣି ହେବ ବୋଲି ସୂଚନା ମିଳିଛି।