ଓଡ଼ିଶା

ବିରଳ ଅସ୍ତ୍ରପ୍ରଚାରରେ ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ 

ବ୍ରହ୍ମପୁର, ୨୩/୦୮/୨୦୨୨-  ରୋଗୀର ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ଇତିହାସରେ ଏଭଳି ପ୍ରଥମ ଓ ବିରଳ ଅସ୍ତ୍ରୋପଚାର ସଫଳ ହୋଇଛି ।  ପ୍ରାୟ ତିନି ଘଣ୍ଟାର କଠିନ ପରିଶ୍ରମ ପରେ ପେଟରୁ ବାହାରିଛି ଷ୍ଟିଲ ଗ୍ଲାସ । କିଛି ମଦ୍ୟପ ଜଣେ ବ୍ୟକ୍ତିଙ୍କ ମଳଦ୍ୱାର ଦେଇ ଷ୍ଟିଲ ଗ୍ଲାସ ଶରୀର ଭିତରକୁ ପ୍ରବେଶ କରାଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହେବା ପରେ ଶଲ୍ୟ ଚିକିତ୍ସା ବିଭାଗର ଡ଼ାକ୍ତର ମାନଙ୍କ ଦ୍ୱାରା ପେଟରେ ରହିଥିବା ଗ୍ଲାସଟିକୁ ବାହାର କରାଯାଇଛି । ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିବା ସହ ଚିକିତ୍ସା ଜାରି ରହିଛି । ତେବେ ଏଭଳି ଏକ ଅସ୍ତ୍ରୋପଚାର ହେବା ଏବଂ ପରେ ତାହା ସଫଳ ହେବା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ପ୍ରଥମ ଘଟଣା ବୋଲି କହିଛନ୍ତି ବିଭାଗର ଡ଼ାକ୍ତର ।

Related Articles

Back to top button
WP Twitter Auto Publish Powered By : XYZScripts.com