ଓଡ଼ିଶା

ବସ-ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼/ବାଲିଶଙ୍କରା: ବସ-ବାଇକ୍ ମୁହାଁମୁହିଁ ଧକ୍କା। ଚାଲିଗଲା ୨ଜୀବନ। ଆଜି ସକାଳୁ ତଳସରା ଥାନା ଶାଗବାହାଲ ନିକଟ ଲମଟି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଘାଟିରେ ଵସ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ହୋଇଛି। ମୃତକମାନେ ଶାଗବାହାଲ ମୁଷାକଟାର ରାମଧନ ତନ୍ତୀ (୩୫)ଓ  ଲକ୍ଷ୍ମୀଧର ତନ୍ତୀ(୪୦) ହୋଇଥିବା ବେଳେ ଗୁରୁତର ଯୁବକ ହେଲେ ଶାଗବାହାଲ ମୁଷାକଟାର ଵିଜୟ କୁମାର ତନ୍ତୀ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ରାଇମନିଆ ବସଟି (ଓଡି ୧୬ଏ ୩୮୭୭) ସୁନ୍ଦରଗଡ଼ରୁ ଶାଗବାହାଲ ଦେଇ ଝାଡ଼ଖଣ୍ଡ ଯାଉଥିଲା। ଲମଟି ଘାଟିରେ ବିପରୀତ ଦିଗରେ ମୁଷାକଟା ଗାଁରୁ ୩ ଯୁବକ ଏକ ଵାଇକ୍ ଯୋଗେ (ଓଡି ୧୬ ୦୫୯୬) ସବଡେଗାକୁ ଆସୁଥିବା ଵେଳେ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହା ପରେ ବସ ସହ ଧକ୍କା ଖାଇ ବାଇକର ୩ ଯୁବକ ଛିଟକି ପଡିଥିଲେ। ଘଟଣାସ୍ଥଳରେ ଦୁଇ ଯୁଵକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ଵିଜୟଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଦୁର୍ଘଟଣା ପରେ ବସ ଚାଳକ ବସକୁ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଦୁଇ ଜଣଙ୍କ ମୃତ୍ୟୁ ମୁଷାକଟା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com