ଓଡ଼ିଶା

ଡେରିରେ ଓଡ଼ିଶା ଆସିବ ମୌସୁମୀ, ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାରେ ବିଳମ୍ୱରେ ଆସିବ ମୌସୁମୀ । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ଛୁଇଁବ ନାହିଁ ଓଡିଶା । ସାଧାରଣତ ଜୁନ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ବର୍ତ୍ତମାନ ଉତ୍ତର ପଶ୍ଚିମ ପବନ ପାଇଁ ମୌସୁମୀ ବିଳମ୍ବ ହେଉଛି ।
ଫଳରେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ଅନୁମାନ ଲଗାଇଛି ପାଣିପାଗି ବିଭାଗ । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆଜି ଓ କାଲି ଦୁଇ ଦିନ ଗ୍ରୀଷ୍ମ ଲହରୀ ଜାରି ରହିବ । ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ।

ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ତାତି ସହ ଅସହ୍ୟ ଗୁଳୁଗୁଳି ମଧ୍ୟ ହେବ ବୋଲି କୁହାଯାଇଛି । ତେବେ ମୌସୁମୀ ଆସିବା ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଶା ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com