
ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ନାମଲେଖା ପାଇଁ ସୂଚୀରେ ପରିବର୍ତ୍ତନ କରିଛି ଓଜେଇଇ। ପ୍ରଥମ ପର୍ଯ୍ୟାୟରେ ଏମବିବିଏସ ଓ ବିଡିଏସ ସିଟ୍ରେ ୧୨୯୬ ଜଣ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫୬୩ଜଣ ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ନାହାନ୍ତି। ନାମଲେଖା ପରେ ଖାଲିଥିବା ସିଟ୍ ଲାଗି ଆବେଦନ ସରିଥିବା ବେଳେ ୧୨ ତାରିଖରେ ମେରିଟ ଲିଷ୍ଟ ପ୍ରକଶ ପାଇବାର ଥିଲା। କିନ୍ତୁ ଓଜେଇଇ ପକ୍ଷରୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ନୂତନ ବିଜ୍ଞପ୍ତି ଅନୁଯାୟୀ ୧୪ ତାରିଖ ସଂଧ୍ୟା ୫ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେହିଭଳି ୧୫ ତାରିଖ ଦିନ ୧୦ ଟା ସୁଦ୍ଧା ଯେଉଁମାନେ ଆବେଦନ କରି ପଞ୍ଜିକରଣ ପ୍ରତ୍ୟାହର କରିବାକୁ ଚାହୁଁଛନ୍ତି କରିପାରିବେ। ଏହା ସହ ୧୫ ତାରିଖ ଦିନ ୧୧ ଟା ଠାରୁ ୧୬ ତାରିଖ ରାତି ୧୧.୫୫ ମିନିଟ ପର୍ଯ୍ୟନ୍ତ ଚଏସ ଫିଲିଂ ଓ ଲକିଂ କରାଯିବ। ୧୮ ତାରିଖ ସଂଧ୍ୟା ୫ଟା ସମୟରେ ପ୍ରଭିଜନାଲ ମେଧା ତାଲିକା ପ୍ରକାଶ ପାଇବ। ୨୦ ତାରିଖରେ ପାଇନାଲ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୧ ତାରିଖ ଦିନ ୧୦ ଟା ଠାରୁ ୨୪ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଭିଜନାଲ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଓଜେଇଇ ୱେବସାଇଟ୍ ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।