ଓଡ଼ିଶା

ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ୱର: ବାଲେଶ୍ୱର ସିଏସଓ କର୍ମଚାରୀ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ ୪ ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଜଳେଶ୍ୱର ଓ ବାଲେଶ୍ୱର ଘର, ଛତ୍ରପୁର ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହେଉଛି। ଯୋଗାଣ ବିଭାଗର କର୍ମଚାରୀ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜନାର୍ଦ୍ଦନ ପୂର୍ବରୁ ଜଳେଶ୍ଵର ସ୍ଥିତ ଆମ୍ବିଳିଅଠା ଓ ଲକ୍ଷ୍ମଣନାଥ ୟୁନିଫାଏଡ ତନଖି ଫାଟକରେ ଆଣ୍ଟି ସ୍ମଗଲିଂ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ବାଲେଶ୍ଵର ଆର.ଆର.ସି.(ରାଇସ ରିସିଭିଂ ସେଣ୍ଟର) ଓ ଜଳେଶ୍ଵର ଜିଲ୍ଲା ଷ୍ଟେରେଜ ସେଣ୍ଟର (ଡିଏସସି) ରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ପଲାଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ପ୍ରାରମ୍ଭିକ ଆକଳନରୁ ସେ ଅଚଳାଚଳ ସମ୍ପତ୍ତିର ମାଲିକ ବୋଲି ଜଣା ପଡିଛି। ତେବେ ତାଙ୍କର ଆୟ କେତେ ଓ ସମସ୍ତ ସ୍ଥାବର ଓ ଅବସ୍ଥାର ସମ୍ପତ୍ତିର ମୂଲ୍ୟ କେତେ ଭିଜିଲାନ୍ସ ସେନେଇ ଖୋଳତାଡ଼ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com