ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ ଘରୁ ୨ଟି ଏକେ-୪୭ ରାଇଫଲ୍‌ ଜବତ

ଝାଡ଼ଖଣ୍ଡ, ୨୪/୦୮/୨୦୨୨-   ବେଆଇନ୍‌ ଖଣି ଖୋଦନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ର ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ନିକଟବର୍ତ୍ତୀ କୁହାଯାଉଥିବା ପ୍ରେମ ପ୍ରକାଶଙ୍କ ଝାଡ଼ଖଣ୍ଡସ୍ଥିତ ବାସ ଭବନର ଗୋଟାଏ ଲୁହା ଆଲମାରିରୁ ୨ଟି ‘ଏକେ-୪୭’ ରାଇଫଲ୍‌ ଜବତ କରିଛନ୍ତି । ବେଆଇନ୍‌ ରାଇଫଲ୍‌ ଉଦ୍ଧାର ଘଟଣାରେ ବେଆଇନ୍‌ ଖଣି ଖୋଦନ ମାମଲାକୁ ଛାଡି ପ୍ରେମଙ୍କ ନାଁରେ ‘ଅସ୍ତ୍ରଶସ୍ତ୍ର ଆଇନ’ ଅନୁସାରେ ପୃଥକ୍‌ ମାମଲା ରୁଜୁ କରାଯିବ ।

ପ୍ରେମଙ୍କ ବ୍ୟତୀତ ବେଆଇନ ଖଣି ଖୋଦନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଝାଡ଼ଖଣ୍ଡ, ତାମିଲନାଡୁ,ବିହାରଏବଂ ଦିଲ୍ଲୀ ଅଞ୍ଚଳରେ ଆଉ ୧୬ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସ୍କାନର୍‌ରେ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି । ଏହାଛଡ଼ା ‘ମନି ଲଣ୍ଡରିଙ୍ଗ୍‌’ ଆଇନରେ ବିଧାୟକ ପଙ୍କଜ ମିଶ୍ରାଙ୍କ ସମେତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୧୧.୮୮ କୋଟି ଟଙ୍କା ଜବତ କରିଛି।

Related Articles

Back to top button