ଓଡ଼ିଶା

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ଅଭାବକୁ ଦୂର କରିବ ଏଠାରୁ ସଂଗୃହୀତ ରକ୍ତ

ଚଣ୍ଡିଖୋଲ() ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ । ଯାଜପୁର ଜିଲ୍ଲା ଧର୍ମଶାଳା ମୁନ୍‌ସି ମିଳନ କମିଟି ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ଥାନା ପରିସରରେ ଅନୁଷ୍ଠିତ ଏହି ଶିବିରକୁ କମିଟିର ସଭାପତି ତଥା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ଏହି ଶିବିରରେ ବହୁ ଯୁବକ ଏବଂ ମହିଳା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କେନ୍ଦ୍ରୀୟ ରେଡକ୍ରସ ରକ୍ତ ଭଣ୍ଡାର, କଟକ ଏସସିବି ମେଡିକାଲ ଏବଂ ଯାଜପୁର ରକ୍ତ ଭଣ୍ଡାରର ବିଶେଷଜ୍ଞମାନେ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । ମୁନସୀ ମିଳନ କମିଟି ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତାମାନେ ଏହି ଶିବିରକୁ ପରିଚାଳନା କରିଥିଲେ । ଏହି ଶିବିରରୁ ସଂଗୃହୀତ ରକ୍ତ ଦେଖାଦେଉଥିବା ରକ୍ତର ଅଭାବକୁ କିଛି ମାତ୍ରାରେ ଦୂର କରିବାରେ ସହାୟକ ହେବ ବୋଲି ଥାନା ଅଧିକାରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com