ସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା

ଭୁବନେଶ୍ୱର, ୨୪/୦୮/୨୦୨୨-  ପୂର୍ବ ୨ ବର୍ଷ ଅପେକ୍ଷା ବର୍ତ୍ତମାନ ପରିିସ୍ଥିତି ବଦଳିଥିବାରୁ ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା । ପୂଜାରେ କୋଭିଡ କଟକଣା ରହିବ ନାହିଁ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ସେହିପରି ଭକ୍ତମାନେ ମଧ୍ୟ ସିଧାସଳଖ ଠାକୁରଙ୍କ ଦର୍ଶନ କରିପାରିବେ । ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟା ନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରାଯିବ । ଏଥର ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ । ଅନ୍ୟପଟେ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ବିଏମସି କମିଶନର ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com