ଜାତୀୟ

ସୁପ୍ରିମକୋର୍ଟର ପରବର୍ତ୍ତି ପ୍ରଧାନ ବିଚାରପତି ୟୁ ୟୁ ଲଲିତ!, ଅଗଷ୍ଟ ୨୬ରେ ଅବସର ନେବେ ବିଚାରପତି ରମନ୍ନା

ଭାରତର ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ ୟୁ ଲଳିତ । ୟୁ ୟୁ ଲଳିତଙ୍କ ନାମକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ ଭି ରମନା । ପରମ୍ପରା ଅନୁସାରେ ଅବସରପ୍ରାପ୍ତ ଚିଫ୍ ଜଷ୍ଟିସ୍ ନୂତନ ଚିଫ୍ ଜଷ୍ଟିସଙ୍କୁ ନାମ ସୁପାରିଶ କରିଥାନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ରେ ଅବସର ନେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନା । ଆଇନ ମନ୍ତ୍ରୀ କିରେନ ରିଜିଜୁ ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କୁ ଏକ ଚିଠି ଲେଖିଥିଲେ। ପରବର୍ତ୍ତୀ ଉତ୍ତରାଧିକାରୀ ନାମ ସୁପାରିଶ କରିବାକୁ ସେ ତାଙ୍କୁ ଅନୁରୋଧ କରିଥିଲେ । ଜଷ୍ଟିସ୍ ଲଲିତ ଅଗଷ୍ଟ ୨୭ ରେ ୪୯ ତମ CJI ଭାବରେ ଶପଥ ଗ୍ରହଣ କରିବେ। ତାଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ହେବ । CJI ଭାବରେ ଜଷ୍ଟିସ୍ ଲଲିତ ସେହି କଲେଜିୟମକୁ ପରିଚାଳନା କରିବେ ଯେଉଁଥିରେ ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ ନାଜିର ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com