ଐତିହ୍ୟ ଓ ସଂସ୍କୃତି

ମହାଆଡମ୍ବରରେ ଉତ୍କଳ ଗୌରବ ବ୍ରହ୍ମପୁର ଆଲବମ୍ ସଙ୍ଗୀତର ଶୁଭାରମ୍ଭ

ବ୍ରହ୍ମପୁର, ୨୫ /୦୮/୨୦୨୨-   ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ ହଲ୍ ପରିସରରେ ଗଞ୍ଜାମ ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ପାରମ୍ପରାକୁ ଆଧାର କରି ଉତ୍କଳ ଗୌରବ ବ୍ରହ୍ମପୁର ନାମରେ ଏକ ସଙ୍ଗୀତ ଭିଡିଓର ଶୁଭାରମ୍ଭ ହୋଇଛି । ଏହି ଆଲବମ୍ ରେ ଲିଲି ମହାରଣା ପ୍ରଯୋଜନା କରିଥିବା ବେଳେ ମଧୁ-ପ୍ରୀତି ଯୋଡି ନିର୍ଦ୍ଦେଶନା ଦେଇଛନ୍ତି । ଗୀତିକାର ପ୍ରବୀଣ କୁମାର ଏହାର ରଚନା କରିଥିବା ବେଳେ ଲିପୁନ୍ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ସଙ୍ଗୀତରେ ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର୍, ପମି ମିଶ୍ର, ଶୀତଳ କବି, ଡାକ୍ତର ମୋନାଲିସା ପାଲ, ଲିଲି ମହାରଣା, ପ୍ରତିମା ପ୍ରଧାନ, ଡାକ୍ତର ଚନ୍ଦନ ଗନ୍ତାୟତ, ପ୍ରଭାତ କୁମାର ପାତ୍ର, ଧର୍ମା ପାଢ଼ୀ, ଶିବ ଶଙ୍କର ଷଡଙ୍ଗୀ, ଲୋକନାଥ ମହାରଣା, ଲିପୁନ୍ ଦାସ, ଅର୍ପିତା ପଣ୍ଡା ପ୍ରମୁଖ କଣ୍ଠଦାନ କରିଛନ୍ତି । ଏହି ଆଲବମ୍ ଉନ୍ମୋଚନ ଅବସରରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡ଼ିଏସ୍ଏସ୍ଓ ହରିଚରଣ ମିଶ୍ର, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ କଣ୍ଠଶିଳ୍ପୀଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ସହଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଇ ଆୟୁଷ କ୍ରିଏସନ୍ ତରଫରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଏହି ଆଲବମ୍ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଭିନୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com