Featuredଜାତୀୟରାଜନୀତି

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ୟୁ ୟୁ ଲଳିତ

ରାଷ୍ଟ୍ରପତି କରାଇଲେ ଶପଥ ପାଠ

ନୂଆଦିଲ୍ଲୀ, ୨୭/୦୮/୨୦୨୨-  ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଡ୍‌ଭୋକେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ରେ ତାଙ୍କୁ ସିଧାସଳଖ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।

ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହା ସହ ଜଷ୍ଟିସ୍ ଲଳିତଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିଥିଲେ। ଭାରତ ସ୍ୱାଧୀନ ହେବାର ବହୁ ଆଗରୁ ଲଳିତଙ୍କ ଜେଜେ ସୋଲାପୁରରେ ଓକିଲାତି କରୁଥିଲେ। ତାଙ୍କ ପରିବାରର ତିନି ପିଢ଼ିଙ୍କ ମଧ୍ୟରେ ଅଛନ୍ତି ୯୦ ବର୍ଷିୟ ବାପା ଉମେଶ ରଙ୍ଗନାଥ ଲଳିତ। ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com