Breaking NewsFeaturedରାଜନୀତି

ମଟନ ପାର୍ଟିରୁ ପର୍ଣ୍ଣ ଭିଡିଓ

ଧିରେ ଧିରେ ବଦଳିଗଳାଣି ରାଜନୀତିର ଚିତ୍ର ଆଉ ଚରିତ୍ର । ମୁଳ ଲକ୍ଷଠାରୁ ବଦଳିଗଲାଣି ରାଜନୀତିର ପରିଭାଷା । ସତେ ଯେମିତି ଦେଶର ବିକାଶ ପ୍ରସଂଗ ଏବେ ଆଉ ରାଜନୀତିରେ ନାହିଁ । ଜାତି ଆଉ ଧର୍ମ ଏବେ ରାଜନୀତିର ପ୍ରମୁଖ ପ୍ରସଂଗ । ଭଗବାନଙ୍କୁ ବି କାଠଗଡାକୁ ଟାଣି ଆଣିଲେଣି ଆମ ରାଜନେତାମାନେ । ବିହାର ରାଜନୀତିକୁ ଏବେ ହଇଚଇ କରୁଛି ମଟନ ପାର୍ଟି ଆଉ ପର୍ଣ୍ଣ ଭିଡିଓ ପ୍ରସଂଗ । ଆପଣଙ୍କର ମନେଥିବ ଏଇ କିଛିଦିନ ତଳେ ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରାଦ ଯାଦବ ରାହୁଲ ଗାନ୍ଧୀଙ୍କୁ ମର୍ଟନ ରୋଷେଇ କରି ଖୁଆଇଥିଲେ । ରାହୁଲ ମଧ୍ୟ ରୋଷେଇ କରୁଥିବାର ଚିତ୍ର ବାଇରାଲ ହୋଇଥିଲା ସୋସିଆଲ ମିଡିଆରେ ।

ଏପରିକି ସମସ୍ତେ ଏକାଠି ବସି ମଟନ ଖାଇବାର ଏଇ ଭିଡିଓ ସୋସିଆଲ ମିଡିଆ ସହିତ ଜାତୀୟ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା ସାଉଁଟିଥିଲା । ହେଲେ ଏହାକୁ ନେଇ କିନ୍ତୁ ପ୍ରବଳ ସମାଲୋଚନା କରିଥିଲେ ବିଜେପି ନେତା ଶୁଶିଲ ମୋଦି । ଏଇ ଘଟଣାକୁ ନେଇ ଶୁଶିଲ ଶ୍ରାବଣ ମାସ ସହ ଯୋଡି ଲାଲୁ ତଥା ତାଙ୍କ ପାର୍ଟି ଆରଜେଡିକୁ ପ୍ରବଳ ସମାଲୋଚନା କରିଥିଲେ । ଲାଲୁ ପ୍ରସାଦଙ୍କ ମଟନ ଭୋଜିକୁ ସମାଲୋଚନା କରି ସୁଶୀଲ ମୋଦି କହିଥିଲେ ଯେ ଶ୍ରାବଣ ମାସରେ ଲାଲୁ ପ୍ରସାଦ ଯାଦବ ମଟନ ଖାଇଛନ୍ତି। ଏହାର ପରିଣାମ ସେ ଆସନ୍ତା ନିର୍ବାଚନରେ ଦେଖିବେ।

ଆରଜେଡି ନୂଆ ସଂସଦର ମୁହଁ ଦେଖିବାକୁ ମଧ୍ୟ ସକ୍ଷମ ହେବନି ବୋଲି ସେ କହିଥିଲେ। ତେବେ ଏହାକୁ ନେଇ କ୍ଷୁବ୍ଧ ହୋଇଥିଲା ଆରଜେଡି । ସେପଟେ ଜନ ଅଧିକାର ଦଳର ମୁଖ୍ୟ ପପୁ ଯାଦବ ଏହାକୁ ନେଇ ସିଧାସଳଖ ଟାର୍ଗେଟ କରିଥିଲେ ବିଜେପି ତଥା ଶୁସିଲ ମୋହିଙ୍କୁ । ସେ କହିଥିଲେ । ସୁଶୀଲ ଭାଇ, ଆପଣ ନିଜର ମୋବାଇଲ ଚେକ କରନ୍ତୁ ଓ ଦେଖନ୍ତୁ ଆପଣ ଶ୍ରାବଣରେ ପର୍ଣ୍ଣ ଦେଖିଥିଲେ ନା ନାହିଁ ।

ପପୁ ଯାଦବ ତାଚ୍ଛଲ୍ୟ କହିଛନ୍ତି, “ସୁଶୀଲ ଭାଇ ଆପଣ ନିଜକୁ ନିଜେ ପଚାରନ୍ତୁ ଓ ଆପଣଙ୍କ ନେତା ମାନଙ୍କୁ ଆପଣ ପଚାରନ୍ତୁ ଯେ ମଙ୍ଗଳବାର, ବୁଧବାର ଓ ଶ୍ରାବଣ ମାସରେ ସେ ନନ ଭେଜ୍ କାମ ସବୁ ବନ୍ଦ କରିବେ କି? କ’ଣ ନେତାମାନେ ପର୍ଣ୍ଣ ଦେଖିବା ବନ୍ଦ କରିବେ? ଏହା କ’ଣ ନନ୍ ଭେଜ ନୁହେଁ? କ’ଣ ମଦ ପିଇବା ନନ ଭେଜ୍ ନୁହେଁ? ଜାତି ଆଧାରରେ ଭେଦଭାବ ସୃଷ୍ଟି କରିବା କ’ଣ ନନ ଭେଜ ନୁହେଁ? ସୁଶୀଲ ଭାଇ, ଆପଣ ନିଜର ମୋବାଇକୁ ଭଲ ଭାବେ ଚେକ କରନ୍ତୁ ଓ ଶ୍ରାବଣ ମାସରେ ଆପଣ ପର୍ଣ୍ଣ ଦେଖିଛନ୍ତି ନା ନାହିଁ?” ।

ତେବେ ପପୁ ଯାଦବଙ୍କ ଏଭଳି ତୀକ୍ଷଣ ସମାଲୋଚନା ପରେ ଶୁଶିଲ ମୋଦିଙ୍କ ଆଉ କୌଣସି ବୟାନ ସାମନାକୁ ଆସିନାହିଁ । ତେବେ ବଡକଥା ହେଲା ବିକାଶ ତଥା ସାମୁହିକ ପ୍ରଗତିର କଥା ନକହି ଏବେ ନେତା ମଟନ ଆଉ ପର୍ଣ୍ଣ ଭିଡିଓକୁ ମୁଦ୍ଦା କଲେଣି । ତେଣୁ ରାଜନୈତିକ ଦଳର ନୀତି ଓ ନୈତିକତାକୁ ନେଇ ଲୋକେ ଅନେକ କଥା କହିବା ଆରମ୍ଭ କଲେଣି ।

Related Articles

Back to top button
WP Twitter Auto Publish Powered By : XYZScripts.com